ଆମ୍ବେଦକରଙ୍କ  ନାମରେ ବରମୁଣ୍ଡାର  ନବନିର୍ମିତ  ବସ ଷ୍ଟାଣ୍ଡ

ମହାନ୍  ପ୍ରବକ୍ତା  ଡକ୍ଟର ଆମ୍ବେଦକରଙ୍କ  ନାମରେ  ନାମିତ  ହେବ ଭୁବନେଶ୍ଵର  ବରମୁଣ୍ଡାର  ନବନିର୍ମିତ  ବସ ଷ୍ଟାଣ୍ଡ  । ଏନେଇ ଆଜି  ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ  ଏହା  ପ୍ରକାଶ କରିବା  ସହ ଡକ୍ଟର ଆମ୍ବେଦକର ଙ୍କ  ପ୍ରତି  ଗଭୀର  ଶ୍ରଦ୍ଧାଞ୍ଜଳି  ଅର୍ପଣ  କରିଛନ୍ତି  । ଆଗକୁ ଲୋକାର୍ପଣ ହେବାକୁ ଥିବା  ବରମୁଣ୍ଡା  ବସଷ୍ଟାଣ୍ଡ ବାବା ସାହେବ  ଭୀମ ରାଓ ଆମ୍ବେଦକର  ବସ  ଟର୍ମିନାଲ  ଭାବରେ  ପରିଚିତ  ହେବ ।

ଦେଶ ଗଠନରେ  ତାଙ୍କର  ମହାନ୍  ଅବଦାନ  ଓ  ଆଦର୍ଶ ବିଷୟରେ  ଜନସାଧାରଣଙ୍କୁ  ସଚେତନ କରିବା  ପାଇଁ  ଡକ୍ଟର ବାବାସାହେବ ଆମ୍ବେଦକର  ବସଷ୍ଟାଣ୍ଡରେ  ୯୦୦  ବର୍ଗ ଫୁଟ  ଅଞ୍ଚଳରେ  ଏକ  ସ୍ଵତନ୍ତ୍ର  ଗ୍ୟାଲେରୀ  ନିର୍ମାଣ  କରାଯିବ ।  ଡିଜିଟାଲ  ଜ୍ଞାନକୌଶଳ  ବ୍ୟବହାର ଜରିଆରେ  ଡକ୍ଟର  ଆମ୍ବେଦକରଙ୍କ  ଜୀବନୀ ଓ  ଆଦର୍ଶକୁ  ଏଠାରେ  ସୁନ୍ଦର  ଭାବରେ  ଉପସ୍ଥାପିତ  କରାଯିବ । ଭାରତୀୟ  ସମ୍ବିଧାନର  ଏକ  ନକଲ  ସହିତ  ବାବା ସାହେବ  ଦ୍ଵାରା  ବ୍ୟବହୃତ  ବିଭିନ୍ନ  ଜିନିଷ  ମଧ୍ୟ ଏଠାରେ  ପ୍ରଦର୍ଶିତ  ହେବ ।