ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା
ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ସରୋଜିନୀ ତରାଇ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ ଉପସଭାପତି ପ୍ରତାପ ଜେନା । ସରୋଜିନୀ ତରାଇ ବିଜେଡି ଛାଡି ବିଜେପିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ।
ଗତ ଶୁକ୍ରବାର ଦିନ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କିଛି ବିଜେଡି ନେତା ଏବଂ କୃଷ୍ଣପ୍ରସାଦ ବ୍ଲକର ଦୁଇଜଣ ସମିତି ସଭ୍ୟ ବିଜେପିରେ ଯୋଗ ଦେଇଥିଲେ । ସେହିପରି ସାଧାରଣ ନିର୍ବାଚନ ଆଗରୁ ବ୍ଲକ ଉପାଧ୍ୟାକ୍ଷା ମଧ୍ୟ ବିଜେପିରେ ଯୋଗ ଦେଇ ସାରିଥିଲେ । ତେଣୁ ଅଧକ୍ଷା ନିଜର ଆସନ ବଞ୍ଚାଇବା ପାଇଁ ବିଜେପିରେ ମିଶିବାକୁ ଚାଁହୁଥିଲେ । ତେବେ କିଛି ବିଜେପି ନେତାଙ୍କ ବିରୋଧ ଯୋଗୁଁ ମିଶି ପାରିନଥିଲେ ସରୋଜିନୀ । ଯାହାକୁ ନେଇ ଆଜି ସରୋଜିନାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।