ଆଇନ ପରୀକ୍ଷା ଦେବେ ବ୍ଲାକମେଲର ଅର୍ଚ୍ଚନା ନାଗ

 ଆଇନ ପରୀକ୍ଷା ଦେବେ ବ୍ଲାକମେଲର ଅର୍ଚ୍ଚନା ନାଗ  । ଆଜି ଆଇନ ପରୀକ୍ଷା ଦେବେ ଚର୍ଚ୍ଚିତ ବ୍ଲାକମେଲର କ୍ୱିଇନ ଅର୍ଚ୍ଚନା ନାଗ । କ୍ୟାପିଟାଲ ଲ’ କଲେଜ ପକ୍ଷରୁ ଏନେଇ ପରୀକ୍ଷା ତାରିଖ ଧାର୍ଯ୍ୟ କରାଯାଇଛି । ଜାନୁଆରୀ ୩୧ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ଫେବ୍ରୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅର୍ଚ୍ଚନା ନାଗ ଲ’ ପରୀକ୍ଷା ଦେବେ । ତେବେ ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନା ଜେଲରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି ।ଅର୍ଚ୍ଚନା ନାଗ ଝାରପଡ଼ା ଜେଲରେ ନିୟମ ଅନୁଯାୟୀ ପରୀକ୍ଷା ଦେବେ ।