ଭୁବନେଶ୍ୱର: ବିଜେଡି କନିଆଁ ବିଜେପି ବର: ବାହାଘର କରାଇଲା କଂଗ୍ରେସ । ମାଷ୍ଟରକ୍ୟାଣ୍ଟିନ୍ ଛକ କଂଗ୍ରେସ ଭବନ ସମ୍ମୁଖରେ ବାହାଘରରେ ବିଜେପି ବର ଓ ବିଜେଡି କନ୍ୟା ସାଜିଥିଲା। ଛାତ୍ର କଂଗ୍ରେସର କର୍ମୀମାନେ ବରବେଶରେ ବଶିଥିଲେ । ନିମନ୍ତ୍ରଣ ପତ୍ର ମଧ୍ୟ ଆଗରୁ ବଣ୍ଟାଯାଇଥିଲା। ହିନ୍ଦୁ ରୀତିନୀତି ଅନୁଯାୟୀ ସ୍ବତନ୍ତ୍ର ବେଦୀ ଉପରେ ଏହି ବାହାଘର ଉତ୍ସବ କରାଇଥିଲା କଂଗ୍ରେସ। ଛାତ୍ର କଂଗ୍ରେସ ପକ୍ଷରୁ ଆୟୋଜିତ ଏଭଳି ବାହାଘର ଆଜି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଉଭୟ ବର ଓ କନ୍ୟା ପକ୍ଷରେ ଛାତ୍ର କଂଗ୍ରେସ କର୍ମୀମାନେ ରହି ବିଭିନ୍ନ ନେତାଙ୍କ ମାସ୍କ ପିନ୍ଧି ବାହାଘରରେ ସାମିଲ ହୋଇଥିଲେ। ଶଙ୍ଖ ଓ ପଦ୍ମ ମାସ୍କ ପିନ୍ଧି ବେଦୀରେ ବସିଥିଲେ କଂଗ୍ରେସ କର୍ମୀ। ସ୍ବତନ୍ତ୍ର ଭାବେ ବ୍ରାହ୍ମଣ ବିବାହ କରାଇବା ସହ ହାତଗଣ୍ଠି ଫିଟାଯାଇଥିଲା। ବରକନ୍ୟା ବେଦୀ ଚାରିପଟେ ୭ଥର ବୁଲିଥିଲେ। ଏହି କାର୍ଯ୍ୟକ୍ରମରେ ବାଜା ଓ ଡିଜେ ବାଜିଥିଲା, ବାଣ ବି ଫୁଟିଥିଲା। ବିଜେପି ଓ ବିଜେଡି ପରସ୍ପରକୁ ଫୁଲ ହାର ଦେଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେଲେଙ୍ଗାନାରେ ଯେପରି ବିଜେପି ଓ ବିଆରଏସ୍ ବିବାହ କରି କଂଗ୍ରେସ ଚର୍ଚ୍ଚାକୁ ଆସିଥିଲା, ଓଡ଼ିଶାରେ ମଧ୍ୟ ସେହି ରାସ୍ତା ଆପଣାଇଛି ରାଜ୍ୟ ଛାତ୍ର କଂଗ୍ରେସ। କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ନିଜେ ଉପସ୍ଥିତ ରହି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଥିଲା।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ