ଭୁବନେଶ୍ୱର: ବିଜେଡି କନିଆଁ ବିଜେପି ବର: ବାହାଘର କରାଇଲା କଂଗ୍ରେସ । ମାଷ୍ଟରକ୍ୟାଣ୍ଟିନ୍ ଛକ କଂଗ୍ରେସ ଭବନ ସମ୍ମୁଖରେ ବାହାଘରରେ ବିଜେପି ବର ଓ ବିଜେଡି କନ୍ୟା ସାଜିଥିଲା। ଛାତ୍ର କଂଗ୍ରେସର କର୍ମୀମାନେ ବରବେଶରେ ବଶିଥିଲେ । ନିମନ୍ତ୍ରଣ ପତ୍ର ମଧ୍ୟ ଆଗରୁ ବଣ୍ଟାଯାଇଥିଲା। ହିନ୍ଦୁ ରୀତିନୀତି ଅନୁଯାୟୀ ସ୍ବତନ୍ତ୍ର ବେଦୀ ଉପରେ ଏହି ବାହାଘର ଉତ୍ସବ କରାଇଥିଲା କଂଗ୍ରେସ। ଛାତ୍ର କଂଗ୍ରେସ ପକ୍ଷରୁ ଆୟୋଜିତ ଏଭଳି ବାହାଘର ଆଜି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଉଭୟ ବର ଓ କନ୍ୟା ପକ୍ଷରେ ଛାତ୍ର କଂଗ୍ରେସ କର୍ମୀମାନେ ରହି ବିଭିନ୍ନ ନେତାଙ୍କ ମାସ୍କ ପିନ୍ଧି ବାହାଘରରେ ସାମିଲ ହୋଇଥିଲେ। ଶଙ୍ଖ ଓ ପଦ୍ମ ମାସ୍କ ପିନ୍ଧି ବେଦୀରେ ବସିଥିଲେ କଂଗ୍ରେସ କର୍ମୀ। ସ୍ବତନ୍ତ୍ର ଭାବେ ବ୍ରାହ୍ମଣ ବିବାହ କରାଇବା ସହ ହାତଗଣ୍ଠି ଫିଟାଯାଇଥିଲା। ବରକନ୍ୟା ବେଦୀ ଚାରିପଟେ ୭ଥର ବୁଲିଥିଲେ। ଏହି କାର୍ଯ୍ୟକ୍ରମରେ ବାଜା ଓ ଡିଜେ ବାଜିଥିଲା, ବାଣ ବି ଫୁଟିଥିଲା। ବିଜେପି ଓ ବିଜେଡି ପରସ୍ପରକୁ ଫୁଲ ହାର ଦେଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେଲେଙ୍ଗାନାରେ ଯେପରି ବିଜେପି ଓ ବିଆରଏସ୍ ବିବାହ କରି କଂଗ୍ରେସ ଚର୍ଚ୍ଚାକୁ ଆସିଥିଲା, ଓଡ଼ିଶାରେ ମଧ୍ୟ ସେହି ରାସ୍ତା ଆପଣାଇଛି ରାଜ୍ୟ ଛାତ୍ର କଂଗ୍ରେସ। କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ନିଜେ ଉପସ୍ଥିତ ରହି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଥିଲା।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା