ଗୁଣ୍ଡାଗର୍ଦ୍ଦିକୁ ବିଜେପି ସରକାର ପ୍ରଶୟ ଦେବ ନାହିଁ : ହିମାଂଶୁ

ବିଜେଡିର ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଭୟଭୀତ ବୋଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ) କହିବା ସହ ତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ସେ ନିନ୍ଦା କରିଛନ୍ତି। ହିମାଂଶୁ ଏକ ଖବରଦାତା ସମ୍ମିଳନୀରେ ଆହୁରି କହିଛନ୍ତି, ଭାଜପା ସରକାର ଏଭଳି ଗୁଣ୍ଡାଗର୍ଦ୍ଦିକୁ ପ୍ରଶୟ ଦେବ ନାହିଁ। ଦୀର୍ଘ ୨୫ବର୍ଷ ହେଲା ବିଜେଡି ମନଇଚ୍ଛା ଶାସନ କରି ଟଙ୍କା ରୋଜଗାର କରି ଆସୁଥିଲା। ସରକାର ପରିବର୍ତ୍ତନ ପରେ ସେମାନଙ୍କ ସ୍ବାର୍ଥରେ ହାନି ଘଟୁଛି, ଯାହାଦ୍ବାରା ସେମାନେ ଟଙ୍କା ରୋଜଗାର କରି ପାରୁନାହାନ୍ତି। ତେଣୁ ରାଜନୈତିକ ଆକ୍ରୋଶମୂଳକ ଭାବେ ରାସ୍ତା ଉପରେ ଲୁହାରଡ୍‌ ଧରି ତାଙ୍କୁ ମାରିବାକୁ ଉଦ୍ୟମ କରାଯାଇଛି ବୋଲି ହିମାଂଶୁ କହିଛନ୍ତି।