ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି : ତୃତୀୟ ରାଉଣ୍ଡରେ ବିଜେପି ଆଗରେ , ପଛରେ କଂଗ୍ରେସ ଓ ବିଜେଡ଼ି

ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା ମୋଟ ୨୬ ରାଉଣ୍ଡ ମଧ୍ୟରୁ ଶେଷ ହୋଇ ସାରିଛି ପ୍ରଥମ ୩ ରାଉଣ୍ଡ ଭୋଟ ଗଣତି । ତୃତୀୟ ରାଉଣ୍ଡ ସୁଦ୍ଧା ଲଗାତାର ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ଲିଡ୍‌ କରିବାରେ ଲାଗିଛନ୍ତି । ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୧୪ ହଜାର ୩୭୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ୪୩୫୭ ଖଣ୍ଡ ମିଳିଛି । ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି  ୩୫୩୦ । ଏଠାରେ ବିଜେପି ୧୦୦୧୩ ଖଣ୍ଡ ଭୋଟ୍‌ରେ ଲିଡ୍‌ କରୁଛି ।

ଦ୍ବିତୀୟ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଲିଡ୍‌ କରିଚାଲିଥିଲେ ।  ୧୦ହଜାର ୪୩୬ ଭୋଟରେ ଆଗୁଆ ଅଛନ୍ତି ଜୟ । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୦୨୩ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଥିଲା ୨୨୩୪ ଖଣ୍ଡ ଭୋଟ୍ । କହିବାକୁ ଗଲେ, ୮୦ ଖଣ୍ଡ ଭୋଟରେ ଚାଲିଥିଲା ବିଜେଡି -କଂଗ୍ରେସର ରେସ୍ । ଅନ୍ୟାନ୍ୟଙ୍କୁ ମିଳିଥିଲା ମାତ୍ର ୯୬ ଖଣ୍ଡ ଭୋଟ । ତେବେ ତୃତୀୟ ରାଉଣ୍ଡ୍‌ରେ କଂଗ୍ରେସଠାରୁ ବହୁ ଆଗରେ ରହଛି ବିଜେଡି ।

ଏହାପୂର୍ବରୁ ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବି ଆଗରେ ରହିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ପ୍ରଥମ ରାଉଣ୍ଡରେ ଜୟ ଢୋଲକିଆ ୪ ହଜାର ୯୦୪ ଭୋଟ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୧୩୫୭ ଆଉ କଂଗ୍ରେସ ପ୍ରାର୍ଥୀ ୧୩୦୮ ଖଣ୍ଡ ଭୋଟ ପାଇଥିଲେ । ପ୍ରଥମ ରାଉଣ୍ଡ୍‌ରେ  ଜୟ ଢୋଲକିଆ ୩ ହଜାର ୫୪୭ ଭୋଟରେ ଆଗୁଆ ରହିଥିଲେ ।

Leave a comment