ବିଜେଡିର ଜନସମ୍ପର୍କ ପଦଯାତ୍ରା ଆଜିଠୁ

2024 ନିର୍ବାଚନ ପାଇଁ ସବୁ ଦଳ ଲାଗିପଡିଲେଣି । ବିଜେଡି ମଧ୍ୟ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଛି । ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋକୁ ଯାଉଛି । ପଦଯାତ୍ରାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ୨ ଅର୍ଥାତ ମାସେ ବ୍ୟାପି ଚାଲିବ ଶାସକ ଦଳର ଏହି ଯାତ୍ରା । ୨ ବର୍ଷ ପରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଇଛି । ପଦଯାତ୍ରା ପୂର୍ବରୁ ଦୁଇ ଦିନ ଧରି ବରମୁଣ୍ଡା ପଡ଼ିଆ ଠାରେ ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିିବିର ଆୟୋଜିତ ହୋଇଥିଲା ।

ରାଜ୍ୟ ସରକାରଙ୍କ ସଫଳତା, କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ । ଏହା ସହ ପ୍ରତ୍ୟେକ ଅଞ୍ଚଳରେ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନକୁ ମଧ୍ୟ ମନେ ପକାଇବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଦଯାତ୍ରାର ଶେଷ ଦିନରେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଦଳର ପ୍ରତ୍ୟେକ ସଦସ୍ୟ ଜନସେବା ପାଇଁ ସାମୂହିକ ସଂକଳ୍ପ ନେବେ