ବିଜୟଶଙ୍କରଙ୍କ ଅଡୁଆ ବଢ଼ିଲା, କ୍ରାଇମବ୍ରାଞ୍ଚ କରିବ ତଦନ୍ତ
ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡୁଆ ବଢ଼ିବାରେ ଲାଗିଛି । ବିଜୟଶଙ୍କରଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଏଣିକି ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍ । ଏନେଇ ଜଗତସିଂହପୁର ଏସପି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛି । ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ଆଣିଥିବା ଅଭିଯୋଗର ସତ୍ୟାସତ୍ୟ କ୍ରାଇମବ୍ରାଞ୍ଚ ଖୋଜିବ । ପୂର୍ବରୁ ନ୍ୟାୟ ଦାବି କରିଆସୁଛନ୍ତି ସୋମାଲିକା । ଏପରିକି ବିଧାୟକ ସେକ୍ସ ରାକେଟ ଚଲାଉଥିବା ଅଭିଯୋଗ କରିଛନ୍ତି ସୋମାଲିକା ।
ସୋମାଲିକା ଆଣିଥିବା ଅଭିଯୋଗର ତଦନ୍ତ ପାଇଁ ଜଗତସିଂହପୁର ଏସପି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି । ଖାଲି ସେତିକି ନୁହେଁ ପୂର୍ବରୁ ସୋମାଲିକାଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ବିଜୟଶଙ୍କର । ପରେ ତାଙ୍କ ସହ ପ୍ରତାରଣା କରାଯାଇଥିବା ମଧ୍ୟ ସେ ଅଭିଯୋଗ ଆଣିଥିଲେ । ବିଜୟଶଙ୍କର ଓ ବାନ୍ଧବୀ ସୋମାଲିକାଙ୍କ କିଛି ଅଡିଓ କ୍ଲିପ୍ ମଧ୍ୟ ଭାଇରାଲ ହୋଇଥିଲା ।