ବିଜେଡି ନେତାମାନଙ୍କ ନାଁରେ ନାରୀ ନିର୍ଯାତନା ତାଲିକା ଲମ୍ବା: ବିଜେପି

ଭୁବନେଶ୍ୱର : ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯ୍ୟାତନା ଓ ଅସଦାଚାରଣର ଲମ୍ବା ତାଲିକା ରହିଛି ବୋଲି  ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।  ମହିଳା ମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚାରଣ କରୁଥିବା ବେଶୀ ସଂଖ୍ୟକ ନେତା ହେଉଛନ୍ତି ବିଜେଡି ନେତା ।  ଗଣମାଧ୍ୟମରେ ଦୁଇ ଜଣ ଉଚ୍ଚଶିକ୍ଷିତା ମହିଳା ନିଜର କଷ୍ଟ ଓ ମନର ବ୍ୟଥାକୁ ଲୋକଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯ୍ୟାତନା ଏବଂ ଆଉ ଜଣେ ଶାସକ ଦଳର ସର୍ବୋଚ୍ଚ ନେତାଙ୍କର ସାଙ୍ଗର ପରିବାରରୁ ଘଟଣା ଘଟିଛି । ଏହା କଣ ମିଛ ? ତା’ ଉପରେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଉତର ରଖିବେ କି? ସମୀର ଦାସ ଓ ଶ୍ରକାନ୍ତ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କଣ ପାଇଁ କରାଗଲା? ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା କଣ କରିଥିଲେ ଯେ ତୁମେ ତାଙ୍କୁ ବାହାରେ ରଖିଛ? ଏହାର ଉତର ଶାସକ ଦଳର ମୁଖିଆ ଦେବେ କି ? ତିର୍ତୋଲର ବିଧାୟକ କେଉଁ କାରଣରୁ ଆସୁନାହାନ୍ତି ତାହାର ସ୍ପଷ୍ଟୀକରଣ ରଖିବେ କି ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।