ଆଜି ବିଜେଡି ନେତା ପ୍ରଦୀପ ମାଝୀଙ୍କ ବିବାହ

କିଛି ଦିନ ତଳେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ହାତକୁ ଦି’ ହାତ ହୋଇଥିଲେ । ସେହିପରି ବିଜେଡି ନେତା ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଦ୍ଵିତୀୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଗତକାଲି ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ତାଙ୍କର ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି । ସେହିପରି ଆଜି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କର ଗୋଆରେ ପଡିବ ହାତଗଣ୍ଠି । ସବୁଠୁ ବଡ଼ କଥା ହେଲା, ଉଭୟ ଅନୁଭବ ଓ ପ୍ରଦୀପ ମାଝୀଙ୍କର ଜୀବନସାଥୀ ହେଉଛନ୍ତି ସାମ୍ବାଦିକା ।

ସୂଚନା ଅନୁସାରେ ଗୋଆର ଏକ ରିସର୍ଟରେ ପ୍ରଦୀପଙ୍କ ପଡିବ ହାତ ଗଣ୍ଠି । ବାହାଘର ପୂର୍ବରୁ ସରିଛି ସଂଗୀତ । ଆଜି ହଳଦୀ ପରେ ନିଜ ପରିବାର ଓ ସମ୍ପର୍କୀୟଙ୍କ ଗହଣରେ ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ବିବାହ କରିବେ। ଭୁବନେଶ୍ୱର ପଳାଶୁଣି ଅଞ୍ଚଳର ସୁଶ୍ରୀ ସଂଗୀତା ସାହୁଙ୍କ ହାତ ଧରିବେ ପ୍ରଦୀପ । ସେ ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ପାଠପଢିଛନ୍ତି । ଏହାପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାମ କରିସାରିଛନ୍ତି ।