ଝାରସୁଗୁଡ଼ାରେ ବିଜେପିକୁ ବିଜେଡିର ଡର!

ଭୁବନେଶ୍ବର: ଝାରସୁଗୁଡ଼ା ପାଇଁ ଉପନିର୍ବାଚନ ପାଖେଇ ଆସୁଛି । ଏହାରି ଭିତରେ ବିଜେଡି ନେତା ବାଜି ମାରିବେ ବୋଲି କହୁଛନ୍ତି । କିନ୍ତୁ ଧାମନଗର ନିର୍ବାଚନରେ ଦଳ ଯେପରି ହାରିଥିଲା କାଳେ ସେପରି କିଛି ଘଟିବ ସେଥିପାଇଁ ଡର ମଧ୍ୟ ରହିଛି । ଏହି ଡରର କାରଣ ଅନେକ । ତେବେ ନବ ଦାସଙ୍କ ଭୋଟ କୁଆଡେ ଯାଉଛି ତାହାକୁ ନେଇ ସମସ୍ତେ ଚିନ୍ତାରେ । କୁହାଯାଉଛି  ୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ  ଗୋଷ୍ଠୀ କନ୍ଦଳ ବଢ଼ିଛି ।  ପ୍ରଥମେ ଧାମନଗର ବିଜେଡିରେ ଗାେଷ୍ଠୀ କନ୍ଦଳ ଧରାପଡିଥିଲା । ଏବେ ପୁରୀରେ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡ଼ିକୁ ଝଟକା ଲାଗିଛି । ସେଠାରେ ବିଜେପି ଜିତିଛି । ବିଜେଡି ହାରିଛି । ଝାରସୁଗୁଡ଼ାରେ ମଧ୍ୟ ବିଜେଡି ମଧ୍ୟରେ ଅନେକ ଗୋଷ୍ଠୀ ଅଛନ୍ତି ।  ନିର୍ବାଚନ ମଣ୍ଡଳୀରେ ମେ’୧୦ରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର ତିନି ଛାମୁଆ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ  ପ୍ରଚାରରକୁ ଜୋରଦାର କରିଛନ୍ତି । ତେବେ କାହାର ପଲ୍ଲା ଉପ-ନିର୍ବାଚନରେ ଭାରି ରହିବ ଏନେଇ ଗଳିକନ୍ଦିରେ  ଚାଲିଛି ଚର୍ଚ୍ଚା।

ବିଜେଡିରୁ ଲଢ଼ୁଛନ୍ତି ଦୀପାଳି ଦାସ  । ସ୍ବର୍ଗତ ନବ ଦାସଙ୍କ ଅନୁକଂପା ଭୋଟ ତାଙ୍କର  । ତାଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ  ନବୀନ ପଟ୍ଟନାୟକ। ଅନେକ ସମୟରେ ଭର୍ଚୁଆଲ ପ୍ରଚାର କରୁଥିବା ନବୀନ ପଟ୍ଟନାୟକ ଏବେ ଏଠି ପ୍ରଚାର ମଇଦାନକୁ ଓହ୍ଲାଇବେ । ଡହ ଡହ ଖରାରେ ପ୍ରଚାର କରିବେ ।  ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଝାରସୁଗୁଡା ଉପ-ନିର୍ବାଚନ ପାଇଁ ତ୍ରିମୁଖୀ ନେତାଙ୍କ ଭିତରେ ଲଢେଇ ଲାଗିଥିବାବେଳେ ପ୍ରଚାର ମୈଦାନରେ ଅନେକ ରାଜନେତାଙ୍କ ଭିଡ଼ ଲାଗିଛି। ଏଠି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟ ନିଜ ଦଳର ପ୍ରାର୍ଥୀ ଟଙ୍କଧରଙ୍କ ପାଇଁ ପ୍ରଚାର କରିବେ । ଟଙ୍କଧରଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏହାର ପ୍ରଚାର ହେବା ପରେ ବିଜେପି ନେତାମାନେ ଝାରସୁଗୁଡ଼ାରେ ଆସି ଡେରା ପକାଇଲେଣି। ତେବେ ଫଳାଫଳ କଣ ହେବ ତାହା ଜଣାପଡିନଥିବା ବେଳେ ଭୋଟ ଗ୍ରହଣ ପୂର୍ବର୍ରୁ ଗୋଷ୍ଠୀ କନ୍ଦଳର ଆଭାସ ମିଳୁଛି । ଦଳ ଅସନ୍ତୁଷ୍ଟମାନଙ୍କୁ କିପରି ମ୍ୟାନେଜ କରୁଛି ତାହାକୁ ଅପେକ୍ଷା ।