ବିଜେବି କଲେଜରେ  ଅଣଛାତ୍ରଙ୍କ ପ୍ରବେଶ ବାରଣ ନେଇ ପୋଷ୍ଟର ମାରିଲେ କର୍ତ୍ତୃପକ୍ଷ

ଦିନକୁ ଦିନ ବଦନାମି ହେବା ପରେ ବିଜେବି କଲେଜରେ  ଅଣଛାତ୍ରଙ୍କ ପ୍ରବେଶ ବାରଣ ନେଇ ପୋଷ୍ଟର ମାରିଲେ କର୍ତ୍ତୃପକ୍ଷ । କ୍ୟାମ୍ପସ ଭିତରେ ଅଣଛାତ୍ରଙ୍କ ଉତ୍ପାତ ବଢ଼ିଥିବା ବେଳେ ଏହା ଉପରେ  ଅଙ୍କୁଶ ଲଗାଇଛନ୍ତି କଲେଜ କର୍ତ୍ତୃପକ୍ଷ । କ୍ୟାମ୍ପସ ଭିତରେ ମାରପିଟ୍ ଓ ଅଶାନ୍ତ ସ୍ଥିତି ସୃଷ୍ଟି କରୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି କର୍ତ୍ତୃପକ୍ଷ । ଏନେଇ କଲେଜରେ ପୋଷ୍ଟର ଲଗାଇଛନ୍ତି କର୍ତ୍ତୃପକ୍ଷ । ତେବେ ଅଣଛାତ୍ରମାନେ ପତ୍ରରେ ପତ୍ରରେ ଯାଉଥିବାରୁ ପୋଷ୍ଟରକୁ ମାନିବେ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ କିଛି ବର୍ଷ ହେଲା ଅଣଛାତ୍ରଙ୍କ ଦବଦବା ରହିଛି କଲେଜ କ୍ୟାମ୍ପସରେ । ତେବେ  କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ  ଏହାର ସମାଧାନ କରିବାକୁ ଦାବି ହେବାରୁ ଏଥିରେ ସାମିଲ ହୋଇଥିଲା ପୋଲିସ । ଅଣଛାତ୍ରଙ୍କ ଗଣ୍ଡଗୋଳ ଘଟଣାରେ ଆକ୍ସନ ମୋଡ଼କୁ ଆସିଛି ବଡଗଡ଼ ପୋଲିସ । ଏହାପୂର୍ବରୁ କ୍ୟାମ୍ପସରେ କ୍ରିକେଟ ଖେଳକୁ ନେଇ ହୋଇଥିବା ଗଣ୍ଡଗୋଳ ଘଟଣାରେ ୮ ଜଣ ଗିରଫ ହୋଇଥିଲେ । ଏପରିକି ଜଣେ ଅଭିଯୁକ୍ତର ସରକାରୀ ଜମିରେ ଥିବା ଘର ଭାଙ୍ଗିଥଲା ପୋଲିସ ।