ମେଟ୍ରୋ ଓଡ଼ିଆ (୨୬ .୩.୨୦୨୨):
ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ ଦେଖିବ ମହିଳା ମେୟର । ଏହି ଆସନ ହାତେଇବାକୁ ବିଜେଡି, ବିଜେପି ମଧ୍ୟରେ ଚାଲିଛି କଡ଼ା ଟକ୍କର । ପଛରେ ପଡ଼ି ଯାଇଛି କଂଗ୍ରେସ । ବିଜେଡିରୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ ୧୧,୩୧୨ ଭୋଟରେ ଆଗରେ ଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡୁ ୭୦୫୮ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ହେଲେ କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ମାତ୍ର ୪୩୪ ଭୋଟ ସହ ପଛରେ ପଡ଼ି ଯାଇଛନ୍ତି।

ଗତକାଲି ସନ୍ଧ୍ୟାରେ ବିଜେବି କଲେଜ ସାମ୍ନାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରଠୁ ଆଜି ସକାଳେ ବି ଉତ୍ତେଜନା ଥମିବା ନାଁ ଧରୁ ନ ଥିଲା। ତେଣୁ ଅନ୍ୟ ସ୍ଥାନରେ ସକାଳ ୮ଟା ସୁଦ୍ଧା ଗଣତି ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ବିଜେବି କଲେଜରେ ପ୍ରାୟ ୨ ଘଣ୍ଟା ବିଳମ୍ବରେ ଅର୍ଥାତ୍ ୧୦ଟାରେ ଆରମ୍ଭ ହୋଇଛି ଗଣତି । ତେଣୁ ଫଳାଫଳ ବାହାରିବାରେ ସାମାନ୍ୟ ବିଳମ୍ବ ହେବ ବୋଲି ଆଲୋଚନା ହେଉଛି।