ସହକାରୀ ଯନ୍ତ୍ରୀଙ୍କ ୬ଟି ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ବର: ଆୟ ଠୁ ଅଧିକ ସଂପତ୍ତି ଠୁଳ କରିବା ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ଵର ସାଧାରଣ ଜନସ୍ଵାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ବିଭିନ୍ନ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି।

ଭୁବନେଶ୍ବର ସ୍ଥିତ ଅଫିସ, କଟକ ସିଡିଏ ସ୍ଥିତ ତିନି ମହଲା ଘର, କଟକ ସାଲେପୁର ସମ୍ପତିପାଟଣା ସ୍ଥିତ ଘର, କଟକ ସାଲେପୁର ସମ୍ପତିପାଟଣା ସ୍ଥିତ ତାଙ୍କ ବନ୍ଧୁଙ୍କ ଘର, ଜଟଣୀ କଣ୍ଟିଲୋ ସ୍ଥିତ ଫ୍ଲାଟ୍‌, ଜଗତସିଂହପୁର କୁଜଙ୍ଗ ସ୍ଥିତ ପୈତୃକ ଘରେ ଚାଲିଛି ଚଢାଉ ।