ଆଜିଠୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ବନ୍ଦ
ଆଜିଠୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ । ବଉଳାକୁମ୍ଭୀର ମାନଙ୍କର ପ୍ରଜନନ ଋତୁ କୁ ଦୄଷ୍ଟିରେ ରଖି ବନବିଭାଗ ଏହି ପଦକ୍ଷେପ ନେଇଛି । ନଦୀ ନାଳଗୁଡ଼ିକରେ ଥିବା କୁମ୍ଭୀର ବସା ବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ମିଳନ ପର୍ବ ଓ ଅଣ୍ଡା ଦେବା ପ୍ରକ୍ରିୟାରେ ବାଧା ନ ଉପୁଜିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ନିର୍ଦେଶ ଜାରି ହୋଇଛି।