ମଟନ୍ ନାଁରେ ହୋଟେଲ୍ରେ ଦିଆ ଯାଉଥିଲା ଗୋ-ମାଂସ
ମଟନ୍ ନାଁରେ ହୋଟେଲ୍ରେ ଦିଆ ଯାଉଥିଲା ଗୋ-ମାଂସ । ଏମିତି ସଙ୍ଗୀନ ଅଭିଯୋଗ ଆସିଛି ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥ କଡ଼ ସାକ୍ଷୀଗୋପାଳ ନିକଟ ଜୟା ହୋଟେଲ୍ ନାଁରେ । ଜୟା ହୋଟେଲ୍ ନାଁରେ ଏତେ ବଡ଼ ଅଭିଯୋଗ ଆସିବା ପରେ ପ୍ରଶାସନ ହୋଟେଲକୁ ସିଲ୍ କରିଛି । ହୋଟେଲର ମଟନ ନମୁନା ପରୀକ୍ଷା ଲାଗି ରାଜ୍ୟ ପରୀକ୍ଷାଗାରକୁ ନିଆ ଯାଇଛି ।
ଅଭିଯୋଗ ଅନୁସାରେ, ଶୁକଳ ସହ ବିଭିନ୍ନ ଅଞ୍ଚଳରୁ ଗୋ ମାତାଙ୍କୁ କିଣା ଯାଉଥିଲା । ସତ୍ୟବାଦୀର ଅହମ୍ମଦପୁର ଅଞ୍ଚଳରେ ଗାଈଗୋରୁଙ୍କୁ କଟା ଯାଇଛି ମାଂସ ଚାଲାଣ ହେଉଥିଲା । ଏପରିକି ପୁରୀ ଅଞ୍ଚଳରୁ କଟକକୁ ମଧ୍ୟ ଗାଈଗୋରୁ ଚାଲାଣ ହେଉଛି । ଦୀର୍ଘ ଦିନ ଧରି ସତ୍ୟବାଦୀ ପୋଲିସ ଚାନ୍ଦା ନେଇ ଗୋ ମାଫିଆଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିବା ପରେ ସତ୍ୟବାଦୀ ଥାନାର ସବ-ଇନ୍ସପେକ୍ଟରଙ୍କୁ ହେଡକ୍ଵାର୍ଟରକୁ ବଦଳି କରାଯାଇଛି । ଜାତୀୟ ରାଜପଥ କଡ଼ ସାକ୍ଷୀଗୋପାଳ ନିକଟରେ ରହିଛି ଜୟା ହୋଟେଲ । ପୁରୀ ଯିବା ରାସ୍ତାରେ ଏହି ହୋଟେଲ୍ରେ ରହିଥିବା ବେଳେ ଏଠାରେ ପ୍ରତିଦିନ କ୍ଵିଣ୍ଟାଲ୍ କ୍ଵିଣ୍ଟାଲ୍ ମଟନ ରୋଷେଇ ହୋଇଥାଏ ।ଜୟା ହୋଟେଲର ଏକ ଭିଡିଓ ଭାଇରାଲ୍ ହେଉଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।