ଭୁବନେଶ୍ୱର: ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ଭୁବନେଶ୍ୱରରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ୱାର୍ଡ଼ ନମ୍ବର 15ରେ ଉଦ୍ଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଆଜିଠାରୁ 19 ତାରିଖ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ବରର ୱାର୍ଡ଼ ନମ୍ବର 15,25,27,28,37,46,50,51,52,53, 62 ଏବଂ 63 ୱାର୍ଡ଼ରେ ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ANM ଦିଦିଙ୍କ ସହାୟତାରେ ଆଶା କର୍ମୀ,ଅଙ୍ଗନବାଡ଼ି କର୍ମୀ ମାନେ ସହାୟତା କରିବେ। ସେମାନେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ ଏବଂ ଘର ଘର ବୁଲି ସମସ୍ତଙ୍କୁ ଡିଇସି ଏବଂ ଆଲ୍ ବଣ୍ଡାଜଲ୍ ବଟିକା ସେବନ କରାଇବେ।
ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ରୋଟାରି ଜିଲ୍ଲା 3262ର ପ୍ରାନ୍ତପାଳିକା ରୋଟାରିଆନ ଜୟଶ୍ରୀ ମହାନ୍ତି ସଭାପତିତ୍ବ କରିବା ସହିତ ରୋଟାରିଆନ ମାନେ ସରକାରଙ୍କ ସହିତ ହାତକୁ ହାତ ମିଳାଇ କାର୍ଯ୍ୟ କରିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ବୋଲି ବକ୍ତବ୍ଯ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କର ସ୍ବାସ୍ଥ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡ.ସୁବାଶିଷ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସରକାରଙ୍କ ଏହି ରୋଗ ନିରାକରଣର ଆଭିମୁଖ୍ଯ ସଂପର୍କରେ ସୂଚନା ପ୍ରଦାନ କରିଥିଲେ।
ବିଶ୍ବ ସ୍ବାସ୍ଥ ସଂଗଠନର ପ୍ରତିନିଧି ଡ.ବିଶ୍ବ ପ୍ରକାଶ ଦତ୍ତ ଏହି ରୋଗର ଭୟାବହତା ବର୍ଣନା ସହିତ କେଉଁ ମାନେ ଏହି ଔଷଧ ସେବନ କରିବେ ଏବଂ କେଉଁ ମାନେ ସେବନ କରିବେ ନାହିଁ ବୁଝାଇଥିଲେ।
PCIର ପ୍ରତିନିଧି ଶ୍ରୀଯୁକ୍ତ ରାମପାଲ୍ ସିଂ ଏହି କାର୍ଯ୍ୟକ୍ରମରେ PCIର ଭୂମିକା ଏବଂ ଦାୟୀତ୍ବ ବର୍ଣନା କରିଥିଲେ ।
ରୋଟାରି ଜିଲ୍ଲା 3262ର ସେବାମୂଳକ ପ୍ରକଳ୍ପର ଅଧ୍ୟକ୍ଷ ରୋଟାରିଆନ ତନ୍ମୟ ମହାନ୍ତି ରୋଟାରି ଯେଭଳି ଭାବରେ ବିଶ୍ବରୁ ପୋଲିଓ ମୂଳୋତ୍ପାଟନରେ ସହଯୋଗ କରିଆସିଛି, ସେଭଳି ଫାଇଲେରିଆ ନିରାକରଣ ନିମନ୍ତେ କାର୍ଯ୍ୟ କରିବା ନିମନ୍ତେ ସଂକଳ୍ପବଦ୍ଧ ବୋଲି କହିଥିଲେ। ୱାର୍ଡ଼ ନମ୍ବର 15ର କର୍ପୋରେଟର ଶ୍ରୀମତୀ ପିନ୍କି ସ୍ବାଇଁ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନର ପ୍ରତିଶୃତି ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ANM ଦିଦି, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ରୋଟାରିଆନ, ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ର ସହଯୋଗ କରିଥିଲା।କାର୍ଯ୍ୟକ୍ରମକୁ ରୋଟାରିଆନ ଡ.ରେଖା ଦାସ ଏବଂ ରୋଟାରିଆନ ନିହାରେନ୍ଦୁ ଭୂୟଁଆ ମହାପାତ୍ର ପରିଚାଳନା କରିଥିଲେ।ଶେଷରେ ରୋଟାରିଆନ ଡ.ଆରତି ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରି ତରଫରୁ ଏହି କାର୍ଯ୍ୟକ୍ରମ ଆଜି ଏକ ସଙ୍ଗରେ କଟକ, ଖୋର୍ଦ୍ଧା, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଏବଂ ନୟାଗଡ଼ରେ ଅନୁଷ୍ଠିତ ହୋଇଅଛି ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post