ବିଧାୟିକା ଭାବେ ଶପଥ ନେଲେ ପଦମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା
ଆଜି ବିଧାୟିକା ଭାବେ ଶପଥ ନେଇଛନ୍ତି ପଦ୍ମପୁର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ଦିନ ସାଢ଼େ ୧୧ଟାରେ ଶପଥ ନେଇଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ବର୍ଷାଙ୍କୁ ଶପଥ ପାଠ କରାଇଛନ୍ତି । ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ବାଚସ୍ପତି । ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ପଦମପୁରରେ ଉପନିର୍ବାଚନ ହୋଇଥିଲା । ଏଥିରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଦିବଗଂତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା ।