ନିଜ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ସଭାପତି ବାପି ପଣ୍ଡା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ସଭାପତି ବାପି ପଣ୍ଡା। ଯାତ୍ରା ଜଗତରେ ଚାଲିଥିବା ବିବାଦ ସମ୍ପର୍କରେ ବାପି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହିତ ନିଜ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି। ବାପିଙ୍କ ସହିତ ସଂଘ ସମ୍ପାଦକ ଆର. କେ. ହୀରାଲାଲ ଏବଂ ଯାତ୍ରାରୁ ବାସନ୍ଦ ହୋଇଥିବା ହାସ୍ୟାଭିନେତା ନରି ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ନରିଙ୍କ ଉପରୁ କଟକଣା ହଟାଇବା ଦିଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମଧ୍ୟ ବାପି ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ଏସବୁ ସମସ୍ୟା ବିଷୟରେ ଶୁଣିବା ସହିତ ଏହାକୁ ଗୁରୁତ୍ଵର ସହ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯାତ୍ରା ଜଗତରେ କୌଣସି ବିବାଦ ସୃଷ୍ଟି ହେଲେ ଏକ ସ୍ଵତନ୍ତ୍ର ନମ୍ବରରେ ଫୋନ କରି ଜଣାଇବାକୁ ମୁଖ୍ୟମନ୍ତ୍ରୀ ବାପିଙ୍କୁ ପରାମର୍ଶ ଦେଇଛନ୍ତି। ଏଥିଲାଗି ଏକ ସ୍ଵତନ୍ତ୍ର ନମ୍ବର ମଧ୍ୟ ଦେଇଛନ୍ତି।

Leave a comment