୩୪ ଏକରରୁ ଅଧିକ ଜାଗାରେ ହୋଇପାରିବନି ବାଲିଯାତ୍ରା
ଏନ୍ଜିଟି ବାଲିଯାତ୍ରା ପାଇଁ ଅଧିକ ସ୍ଥାନ ଦେବାକୁ ରାଜି ହୋଇନାହାନ୍ତି । ୩୪ ଏକର ଜାଗା ଭିତରେ ବାଲିଯାତ୍ରା ସୀମିତ ରଖିବାକୁ ଧାର୍ଯ୍ୟ କରିଛନ୍ତି। ଏନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ହାଡିଆପଠା ସଂଲଗ୍ନ ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ ବୋଲି ଏନଜିଟି କହିଛନ୍ତି। ମହାନଦୀ ପଠାକୁ ବ୍ୟବସାୟିକ କାର୍ଯ୍ୟରେ ଲଗାଯାଇପାରିବ ନାହିଁ ବୋଲି ଏନଜିଟି ସଫା ସଫା ନିର୍ଦ୍ଦେଶ ଦେଇଛନ୍ତି।
ବାଲିଯାତ୍ରା ପାଇଁ ଅଧିକ ସ୍ଥାନ ଆବଶ୍ୟକ ଦର୍ଶାଇ ଯୋବ୍ରା ଠାରୁ ଗଡଗଡିଆ ଘାଟ ଭିତରେ ଥିବା ୪୨୬ ଏକର ପରିମିତ ପଠାକୁ ବାଲି ଦ୍ବାରା ପୋତା ଯାଇଥିଲା । ଉକ୍ତ ସ୍ଥାନକୁ ବାଲି ଦ୍ଵାରା ପୋତିଦିଆ ଯାଇଥିବା ହେତୁ , ଜୈବ ମଣ୍ଡଳ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଥିଲା । ତେଣୁ ଆଗକୁ ମହାନଦୀର ଆଉ କୌଣସି ପଠାକୁ ନପୋତିବା ଏବଂ ବାଲିଯାତ୍ରା ପାଇଁ ୩୪ ଏକର ଜାଗାକୁ ଛାଡି ଅବଶିଷ୍ଟ ନଦୀ ପଠାରେ ବୃକ୍ଷ ରୋପଣ କରିବାକୁ କୁହାଯାଇଛି ।