ବୃଦ୍ଧି ପାଉଛି ଜଳସ୍ତର

ସୁବର୍ଣ୍ଣରେଖା ନଦୀରେ ବଡ ବନ୍ୟା ଆଶଙ୍କା ଦେଖା ଦେଇଛି। ଏ ନେଇ ଟ୍ବିଟ୍ କରି ଏସଆରସି ସୂଚନା ଦେଇଛନ୍ତି।  ରାତି ୮ଟା ସୁଦ୍ଧା ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୪ଟି ଟି ଗେଟ୍ ଖୋଲାଯାଇଛି। ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବ । ବନ୍ୟାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ବାଲେଶ୍ବର ଜିଲାପାଳଙ୍କୁ ଆଲର୍ଟ କଲେ ଏସଆରସି। ବନ୍ୟାର ମୁକାବିଲା ପାଇଁ  ବାଲେଶ୍ବର ଜିଲାକୁ ଅତିରିକ୍ତ ୨ଟି ଏନଡିଆରଏଫ ଟିମ୍ ପଠାଯାଇଛି।

ସେପଟେ ଗତ 6 ଘଣ୍ଟାରେ ଘଣ୍ଟା ପ୍ରତି 14କିମି ବେଗରେ ପଶ୍ଚିମ -ଉତ୍ତର -ପଶ୍ଚିମ ଦିଗରେ ଗତି କରି ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ଵବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ଅବପାତ । ଏହା ଆଗାମୀ 24ଘଣ୍ଟା ଯାଏଁ ନିଜ ଗତିର ଦିଗ ବଜାୟ ରଖିବା ସହ ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।