ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡିତା

ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡିତା। ବର୍ତ୍ତମାନ୍ ପୀଡିତା ଜଣଙ୍କୁ ଭୁବନେଶ୍ଵର ଏମ୍ସରେ ଚିକିତ୍ସା କରାଯାଉଥିବା ବେଳେ ଦିଲ୍ଲୀକୁ ଏୟାରଲିଫ୍ଟ କରାଯିବା ନେଇ ସୂଚନା ମିଳିଛି। ଡାକ୍ତରୀ ଟିମ୍ ସହ ପୀଡିତାଙ୍କ ପରିବାର ଲୋକଙ୍କର ଆଲୋଚନା ହୋଇଛି। ଦିଲ୍ଲୀ ଏମ୍ସ ସହ ଏୟାରଲିଫ୍ଟ ନେଇ ଯୋଗାଯୋଗ ହୋଇସାରିଛି। ଏ ନେଇ ସୂଚନା ଦେଇଛନ୍ତି ପୀଡିତାଙ୍କ ସମ୍ପର୍କୀୟ ଭାଇ। ସେପଟେ ଏୟାରଲିଫ୍ଟ ନେଇ ଏମ୍ସ ନିର୍ଦେଶକ ଆଶୁତୋଷ ବିଶ୍ଵାସ କହିଛନ୍ତି ୧୨ଟା ୩୦ ସୁଦ୍ଧା ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ। ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଛି। ରକ୍ତଚାପ ପୂର୍ବଦିନ ଅପେକ୍ଷା ସାମାନ୍ୟ ଥିବାବେଳେ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହୋଇଛି।  ଏମ୍ସର ଡାକ୍ତରୀ ଦଳ ସହ ପରିବାର ସଦସ୍ୟ ମଧ୍ୟ ଯିବେ।

Leave a comment