ଉତ୍ତପ୍ତ ହେଉଛି ଓଡ଼ିଶା, ତାତି ଅସହ୍ୟ

ଭୁବନେଶ୍ୱର: ଶୀତ ଦିନ ସରିନି କିନ୍ତୁ ତାତି ସହି ହେଉନି । ମୁଣ୍ଡ ଉପରକୁ  ସୂର୍ଯ୍ୟ ଆସିଲେ ଏବେ ପ୍ରବଳ ଖରା । ବଢ଼ିଯାଇଛି ସୂର୍ଯ୍ୟଙ୍କ ତେଜ। ଟିକିଏ ଏପାଖ ସେପାଖ ହେଲେ ଦେହ ଆଉ ମୁଣ୍ଡରୁ ବୋହି ଯାଉଛି ଝାଳ। ସ୍ୱାଭାବିକ ଠାରୁ ପାରଦ ୬ ଡିଗ୍ରୀ ଉପରେ ରହୁଛି। ଏପରିକି ୧୭ ସହରର ତାପମାତ୍ରା ୩୨ ଡିଗ୍ରୀ ଉପରେ ରହୁଛି। ରାଜଧାନୀ ଭୁବନେଶ୍ୱରର ମଧ୍ୟ ରେକର୍ଡ କରିଛି ତାପମାତ୍ରା। ପାରଦ ୩୪ ଡିଗ୍ରୀ ଡେଇଁଯାଇଛି। ଗୁରୁବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୪.୫ ଡିଗ୍ରୀ ରହିଥିବା ବେଳେ ଶୁକ୍ରବାର ୩୫ ଡିଗ୍ରୀ ରହିଛି। ଭୁବନେଶ୍ୱରର ତାପମାତ୍ରା ଥିଲା ୩୪.୨ ଡିଗ୍ରୀ।