ଲେଡି ବ୍ଲାକମେଲର କେତେ ସତ କହିଲେ ତାକୁ ନେଇ ଚର୍ଚା

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଆଜି ସରୁଥିବା ବେଳେ ସେ କେତେ ସତ କହିଛନ୍ତି ତାହାକୁ ନେଇ ଚର୍ଚା । ତେବେ ଏହି ୭ ଦିନିଆ ରିମାଣ୍ଡ ଅବଧିରେ ଅର୍ଚ୍ଚନା ଅନେକ ପ୍ରଶ୍ନର ଉତ୍ତର ନଦେଇ ଚୁପ ରହିଥିବା କୁହାଯାଉଛି । ସେ ସବୁ କହିବେ ବୋଲି ମିଡିଆ ଆଗରେ କହିଥିଲେ ମଧ୍ୟ ପରେ ଇଡି ଆଗରେ କିଛି କହିନଥିବା କୁହାଯାଉଛି । ପୂର୍ବରୁ ଅର୍ଚ୍ଚନା ଦୁଇ ଦୁଇ ଥର ଗଣମାଧ୍ୟମରେ ଯେଉଁ ଭଳି ବିସ୍ଫୋରକ ବୟାନ ଦେଇଥିଲେ, ସେଭଳି କୌଣସି ତଥ୍ୟ ରିମାଣ୍ଡ ଅବଧିରେ ଇଡିକୁ ଦେଇନାହାନ୍ତି । ମିଡିଆ ଆଗରେ ଆତ୍ମବିଶ୍ୱାସର ସହ କହିଥିଲେ ସେ ନିର୍ଦ୍ଦୋଷ, ଯଦି ସେ ମୁହଁ ଖୋଲିବେ ତେବେ ରାଜ୍ୟ ବଦଳିଯିବ । ଏଥିପାଇଁ ମାତ୍ର ୩୦ ମିନିଟ ଦରକାର ବୋଲି କହିଥିବା ଅର୍ଚ୍ଚନା ୭ ଦିନର ପଚରା ଉଚରା ଭିତରେ କୌଣସି ବଡ ଗୁମର ଖୋଲିନଥିବା ସୂଚନା ମିଳିଛି ।