ଭୁବନେଶ୍ବରରେ ନକଲି ଔଷଧ !
ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ ନକଲି ଔଷଧ ବିକ୍ରି ନେଇ ଅଭିଯୋଗ ହେଉଛି । ସେପଟେ ରାଜ୍ୟରେ ଜାରି ରହିଛି ନକଲି ଔଷଧ ଧରପଗଡ । ପୂର୍ବରୁ ରାଜ୍ୟର ବିଭିନ୍ନ ସହରରେ ମୋଟ ୧୩ ଟି ମାମଲା ରୁଜୁ ହୋଇଥିବା ବେଳେ ଭୁବନେଶ୍ବରରେ ଆଉ ଏକ ମାମଲା ରୁଜୁ ହୋଇଛି । ଅଶୋକନଗର ସ୍ଥିତ ନୀଳାଚଳ ଆସୋସିଏଟସରୁ ନକଲି ଔଷଧ କାରବାର ସମ୍ପର୍କିତ ୪୩୩ଟି ନଥିପତ୍ର ଜବତ କରିଛି ଟିମ୍ । ଅତିରିକ୍ତ ଡ୍ରଗ୍ସ କଣ୍ଟ୍ରୋଲର ସୁଦର୍ଶନ ବିଶ୍ବାଳ ଓ ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ କୁମାର ଗିରି ଚଢ଼ାଉ କରି ଫେକ୍ ମେଡିସିନ ସମ୍ପର୍କିତ କାଗଜପତ୍ର ଜବତ କରିଛନ୍ତି ।