ଆଜିଠୁ ଚିଲିକାରେ ଡଲ୍ଫିନ୍ ଗଣନା ଆରମ୍ଭ
ଭୁବନେଶ୍ବର: ଚିଲିକାରେ ଆରମ୍ଭ ହୋଇଛି ଡଲ୍ଫିନ୍ ଗଣନା। ଗଣନା କାର୍ଯ୍ୟରେ ଲାଗିଛନ୍ତି ୧୮ଟି ଟିମ୍। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବନ ବିଭାଗ ପକ୍ଷରୁ ଗଣତି ଚାଲିଥିବା ବେଳେ ଏହା ୩ ଦିନ ଧରି ଚାଲିବ। ଗଣନା କାର୍ଯ୍ୟରେ ବାଧା ନ ଉପୁଜିବା ଲାଗି ଆଜି ଦିନ ୨ଟା ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳ ଉପରେ କଟକଣା ଲଗାଯାଇଛି। ଘାଟ ଡଙ୍ଗା ଓ ଫେରିକୁ ମଧ୍ୟ ବନ୍ଦ କରାଯାଇଛି। ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ମୋଟର ବୋଟ୍ ସଂଘ ସଦସ୍ୟ ମଧ୍ୟ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି। କିଛି ବର୍ଷ ମଧ୍ୟରେ ଚିଲିକାରେ ଡଲଫିନ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚିଲିକାର ସୈାନ୍ଦର୍ଯ୍ୟ ସହ ଡଲଫିନଙ୍କୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରରୁ ପର୍ଯ୍ୟଟକମାନେ ଚିଲିକାକୁ ଯାଇଥାନ୍ତି ।