ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳନ କଲେ ଅଙ୍ଗନବାଡ଼ି ଦିଦି
ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳନ କଲେ ଅଙ୍ଗନବାଡ଼ି ଦିଦି। ଧାରଣ ରହି ନିଜର ହକ୍ ପାଇଁ ସରକାରଙ୍କୁ ପ୍ରତିବାଦ କରିଛନ୍ତି ଅଙ୍ଗନବାଡ଼ି କର୍ମୀ । ଆଜିକୁ ୩ ଦିନ ହେବ ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଲେଡିସ ଅଙ୍ଗନବାଡ଼ି ୱର୍କର ପକ୍ଷରୁ ଧାରଣା ଜାରି ରହିଛି। ୮ ଦଫା ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କୁ ନିଜର ହକ ପାଇଁ ଆନ୍ଦୋଳନ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ।ଗୁରୁବାର କୋକସରା ବ୍ଲକ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ ।ତେବେ ଆଜି ମାର୍ଗଶୀର ତୃତୀୟ ଗୁରୁବାର ଥିବା ରାସ୍ତାରେ ଧରାଣା ବସିବା ସହ ମାଣବସା ପାଳନ କରି ଅଙ୍ଗନବାଡ଼ି କର୍ମୀ ମାନେ ଅଭିନବ ଭାବେ ସରକାରଙ୍କୁ ପ୍ରତିବାଦ କରିଛନ୍ତି। ଧାରଣାସ୍ଥଳରେ ଅଙ୍ଗନବାଡ଼ି କର୍ମୀମାନେ ମା ଲକ୍ଷ୍ମୀଙ୍କୁ ପୂଜା କରିବା ସହ ଲକ୍ଷ୍ମୀ ପୁରଣା ଗୀତ ବୋଲି ପ୍ରତିବାଦ କରଛନ୍ତି। ମା’ ଲକ୍ଷ୍ମୀ ସରକାରଙ୍କୁ ସତବୁଦ୍ଧି ଦିଅନ୍ତୁ ଓ ଆମର ଦାବିକୁ ଶୀଘ୍ର ସରକାର ମାନି ନିଅନ୍ତୁ ବୋଲି ଗୁହାରୀ କହିଛନ୍ତି।