ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି

ପୁରୀ:ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ମହାପ୍ରଭୁ ଜ୍ବରରୁ ସୁସ୍ଥ ହେବା ପରେ  ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି ଥିଲା। ଏହି ଅବସରରେ ମହାପ୍ରଭୁଙ୍କୁ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯାଇଛି । ଏଥିପାଇଁ ପାଟଡୋର, ଖଳି ପ୍ରସାଦ ଓ ଖଡି ପ୍ରସାଦ ଲାଗି ହୋଇଛି । ଅଣସର ଘରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜିଉଙ୍କୁ ଘଣାଲାଗି ପରେ ଖଳି ଲାଗି ଓ ପରେ ଖଡି ଲାଗି ହୋଇଛି । ସଂଧ୍ୟାରେ ଘଣ୍ଟ, ଛତା, କାହାଳୀ ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରିଥିଲେ । ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଦିବ୍ୟ ପ୍ରଲେପକୁ ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଥିଲେ ।