ରାଜ୍ୟରେ ମଦ ନେଇଛି ୫୦ଜୀବନ

twine city

ମନ୍ତ୍ରୀ ଅଶ୍ବିନୀ ପାତ୍ର। ରାଜ୍ୟରେ ମଦ ପିଇବା ଦ୍ୱାରା କେତେଜଣଙ୍କ ଜୀବନ ଯାଇଛି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ୨୦୧୦ରୁ ୨୦୨୨ ମଧ୍ୟରେ ମଦ ପିଇବା ଦ୍ଵାରା ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ସଂଖ୍ୟା ୫୦। ଏହାସହ ଭଦ୍ରକ ମଦ ମୃତ୍ୟୁ କଥାକୁ ସେ ସ୍ବୀକାର କରିଛନ୍ତି। ନିର୍ବାଚନ ବେଳେ ବିଷାକ୍ତ ମଦ ପିଇ ଭଦ୍ରକ ଜିଲାର ୯ ଜଣ ପ୍ରାଣ ହରାଇଥିଲେ । ମନ୍ତ୍ରୀ ଆହୁରି କହିଛନ୍ତି, ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡିକରେ କେବଳ ସରକାରଙ୍କ ଦ୍ବାରା ଅନୁମୋଦିତ ଓ ପରୀକ୍ଷିତ ମଦ ବିକ୍ରି କରିବା ପାଇଁ ଲାଇସେନ୍ସ ଦିଆଯାଇଥାଏ।

ମଦ ଦୋକାନରେ ବିଷାକ୍ତ ଦ୍ରବ୍ୟର ଉପସ୍ଥିତି ଓ ଉପାଦାନ ସମ୍ପର୍କରେ ଧରାପଡେ ତେବେ ୧୦ ଲକ୍ଷ ଟଙ୍କାର ଜରିମାନା ସହ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ରହିଛି।