ସ୍ବାଭାବିକ ହେଲା ବିମାନସେବା, ବିଳମ୍ଭରେ ଚାଲୁଛି ଟ୍ରେନ
ଭୁବନେଶ୍ବର: ଭୁବନେଶ୍ବରରେ ସ୍ବାଭାବିକ ହେଲା ବିମାନସେବା,କିନ୍ତୁ ବିଳମ୍ଭରେ ଚାଲୁଛି ଟ୍ରେନ । ସକାଳ ୮ଟାରୁ ଭୁବନେଶ୍ବରରେ ବିମାନସେବା ସ୍ବାଭାବିକ ହୋଇଛି । ବାତ୍ୟା ପାଇଁ କାଲି ସନ୍ଧ୍ୟା ୫ଟାରୁ ଉଡ଼ାଣ ବାତିଲ ହୋଇଥିଲା । ଟ୍ରେନ ମଧ୍ୟ ବାତିଲ ହୋଇଥିଲା । ବାତିଲ ଟ୍ରେନ କୁ ଛାଡି ଅନ୍ୟ ଟ୍ରେନ ଏବେ ବିଳମ୍ଭରେ ଚାଲିବା ଆରମ୍ଭ ହୋଇଛି । ହାଓଡା ଏବଂ ଚେନ୍ନାଇ ପଟୁ ଟ୍ରେନ ବିଳମ୍ଭରେ ଚାଲିଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ଦାନା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଥିଲା। ଏବେ ଏହା ଧାମରାଠାରୁ ଉତ୍ତରକୁ ୧୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡ଼ା ପେଣ୍ଠ ସମେତ ବିଭିନ୍ନ ଅଞ୍ଚଳରେ ଚାଳଛପର ସହ ଘରର ଆଜବେଷ୍ଟସ ଉଡ଼ିଯାଇଛି। ଆଉ କେଉଁଠି ରାସ୍ତା ଉପରେ ଟଳିପଡ଼ିଛି ଗଛଲତା।