ଆମ ବସ୍’ ଡ୍ରାଇଭରଙ୍କୁ ନିୟମିତ ଟ୍ରେନିଂ ଦିଆଯିବା ସହିତ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଜ୍ୟ ସରକାରଙ୍କ ‘ଆମ ବସ୍’ ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି, ଡ୍ରାଇଭରଙ୍କୁ ନିୟମିତ ଟ୍ରେନିଂ ଦିଆଯିବ। ବିଶେଷକରି ଆମ ବସ୍ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ। ଡ୍ରାଇଭରମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏମ୍ଭିଆଇମାନଙ୍କ ଦ୍ୱାରା ଆମ ବସ୍ଗୁଡ଼ିକର ଫିଟନେସ୍ ଯାଞ୍ଚ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବାଣିଜ୍ୟ ଓ ପରିବହନ ବିଭାଗକୁ ଏକ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସେହିପରି ରୁପାଲି ଛକରେ ଆମ ବସ୍ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଯାଜପୁର ଅଟୋ ଚାଳକ ବିଷ୍ଣୁ ପାତ୍ରଙ୍କ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଶନିବାର ରୂପାଲି ଛକରେ ଆମ ବସ ଧକ୍କାରେ ବିଷ୍ଣୁଙ୍କ ଜୀବନ ଯାଇଥିଲା।