ରୁପାଲି ଛକରେ ଭୟଙ୍କର ସଡ଼କ ଦୁର୍ଘଟଣା, ଅଟୋକୁ ଧକ୍କା ଦେଲା ଦ୍ରୁତଗାମୀ ‘ଆମ ବସ୍’ଜଣେ ମୃତ ଅନ୍ୟଜଣେ ଗୁରୁତର

ଭୁବନେଶ୍ୱରର ବ୍ୟସ୍ତବହୁଳ ରୁପାଲି ଛକରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗାମୀ ‘ଆମ ବସ୍’ ଏକ ଅଟୋକୁ ପଛରୁ ଜୋରରେ ଧକ୍କା ଦେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍‌ ମାଡ଼ରେ ଅଟୋଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ।

Leave a comment