ନିଆଁ ଲାଗି ପୋଡିଗଲା ୩ବଖରା ଚାଳ ଘର ଓ ଗୋଟିଏ ଦୋକାନ ଗୃହ

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଲେଣ୍ଡୋ ଗ୍ରାମପଚାଂୟତ ଗୋପିନାଥପୁରର ଗ୍ରାମରେ କୈ।ଣସି ଦୁର୍ବୁତ୍ତ ନିଆ ଲଗାଇ ପୋଡିଦେଲା ୩ବଖରା ଚାଳ ଛପର ଘର ସମେତ ଗୋଟିଏ ଦୋକାନ ଗୃହ।ନିଆଁରେ ପୋଡିଗଲା ମୂଲ୍ୟବାନ ସଂମ୍ପତ୍ତି।।ନିଆଁ ଲାଗି ଉକ୍ତ ଗ୍ରାମର ରମେଶ ସେଠୀଙ୍କ ଗୋଟିଏ ବଖରା ଚାଳ ଛପର ଘର ସମେତ ବହୁ ମୂଲ୍ୟବାନ ସଂମ୍ପତ୍ତି,ଜଳନ୍ଧର ମୁଦୁଲିଙ୍କ ଗୋଟିଏ ବଖରା ଚଳଛପର ଘର ,ସାରଗଂଧର ମୁଦୁଲିଙ୍କ ଗୋଟିଏ ବଖରା ଚାଳ ଛପର ଘର ଓ ଲକ୍ଷ୍ମୀଧର ସାହୁଙ୍କ ଜଳଖିଆ ଦୋକାନ ଘର ପୋଡିଯିବା ସହିତ ଘରର ଆସବାବ ପତ୍ର ସମେତ ଅନେକ ଘରର କାଗଜପତ୍ର ଓ ଅନ୍ୟାନ୍ୟ ଜିନିଷ ପୋଡ଼ିଯାଇଛି।ବିଳମ୍ବିତ ରାତିରେ କୈ।ଣସି ଦୁର୍ବୁତ୍ତ ଘରେ ନିଆଁ ଲଗାଇ ପୋଡିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଘଟଣା ସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହିତ ନିଆଁକୁ ଆୟତ୍ତ କରିଛି।ସ୍ଥାନୀୟ ସରପଞ୍ଚ ଅଗ୍ନି ପିଡିତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ସ୍ଥିତି ପରଖିଛନ୍ତି।ଅଗ୍ନି ପିଡିତ ମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।ନିରାକାରପୁର ପୋଲିସ ସନ୍ଦେହ ରେ ୩ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

Leave a comment