ବାଘମାରି ପେଟ୍ରୋଲ ପମ୍ପ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍
ଖୋର୍ଦ୍ଧା ବାଘମାରି ପେଟ୍ରୋଲ ପମ୍ପ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ୪୦ରୁ ଅଧିକ ଯାତ୍ରୀ ଆହତ। ଗୁରୁତର ଏକାଧିକ ଲୋକଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର। ପ୍ରବଳ କୁହୁଡି ଭିତରେ ବସର ଡ୍ରାଇଭର ଶୋଇ ପଡିବାରୁ ଏଭଳି ଅଘଟଣ ସୂଚନା। ସୋରଡ଼ାରୁ ପୁରୀ ଯାଉଥିଲା ଚକାଡୋଳା ନାମକ ବସ୍। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ଲୋକ ଫସିଥିବା ସୂଚନା । ଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରଯାଇଛି ।