ଓଡ଼ିଶାରେ ଉତ୍ପାଦନ ହେବ ୧୦୦ ମିଲିୟନ ଟନ ଇସ୍ପାତ

ଓଡ଼ିଶାରେ ଉତ୍ପାଦନ ହେବ ୧୦୦ ମିଲିୟନ ଟନ ଇସ୍ପାତ । ଭାରତୀୟ ଷ୍ଟିଲ ସଂଘଙ୍କୁ ଡାକି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକ ପରେ ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ୟ୍ୟକୁ ପ୍ରଶଂସା କରିଛନ୍ତି । ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ବହୁତ ଭଲ କାମ ହେଉଥିବା କହିବା ସହ ଆହୁରି କହିଛନ୍ତି ଓଡ଼ିଶାରେ ଭିତ୍ତିଭୂମି ଉନ୍ନତି ହେଉଛି ଶିଳ୍ପାନୁଷ୍ଠାନ ବି ବଢୁଛି । ଓଡ଼ିଶା ସରକାରଙ୍କ ଖଣି ନୀତି ଓ ଅକ୍ସନ ବ୍ୟବସ୍ଥା ପାଇଁ ରାଜ୍ୟକୁ ଅଧିକ ରାଜସ୍ୱ ବି ମିଳୁଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାରେ ଷ୍ଟିଲ ପ୍ରଡକ୍ସନ ଭଲ ହେଉଛି ବୋଲି କହିଛନ୍ତି । ତେଣୁ ଆଇରନ ଓର ଉତ୍ପାଦନକୁ ଅଧିକ ବଢାଇବାର ଆବଶ୍ୟକତା ରହିଛି । ଯେଉଁମାନେ ଓଡ଼ିଶାରେ ନିବେଶ କରିଛନ୍ତି ସେମାନଙ୍କୁ ଓଏମସିରୁ ଆଇରନ ଓର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ଯେଉଁମାନେ ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟ କରିବେ ସେମାନଙ୍କୁ ଆଇରନ ଓରର ଅଭାବ ରହିବ ନାହିଁ । ଶିଳ୍ପାନୁଷ୍ଠାନକୁ କଞ୍ଚା ମାଲର କୌଣସି ଅଭାଵ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

ସେହିଭଳି  ମଧ୍ୟ ପ୍ରାଚ୍ୟ ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି । ସାରା ବିଶ୍ୱ ଡ଼ିଜେଲ, ପେଟ୍ରୋଲ ଓ ଗ୍ୟାସର ସଙ୍କଟ କୁ ସାମ୍ନା କରୁଛି । ଆମ ଦେଶ ଆତ୍ମନିର୍ଭର ଦିଗରେ ବହୁ ପୂର୍ବରୁ କାମ ଆରମ୍ଭ କରି ଦେଇଛି ବୋଲି କହିଛନ୍ତି ଶିଳ୍ପପତି ନବୀନ ଜିନ୍ଦଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଉପରେ ପ୍ରାଧାନ୍ୟ ଦେଇଛନ୍ତି । ତେଣୁ ବର୍ତ୍ତମାନ ଆମ ଦେଶ ଏକ ମଜଭୁତ ସ୍ଥିତିରେ ଅଛି । ବହୁତ ଦେଶରେ ବିଜୁଳି ସଙ୍କଟ ଦେଖା ଦେଇଥିବା ବେଳେ ଆମ ଦେଶରେ ତାହା ନାହିଁ । କୋଇଲାରୁ ବିଜୁଳି ଉତ୍ପନ୍ନ ହେଉଛି । ତେଣୁ ସେଥିରେ ଆମେ ଆତ୍ମନିର୍ଭରଶୀଳ । ଶିଳ୍ପ କ୍ଷେତ୍ରରେ କିଛି ଦିନ ଗ୍ୟାସ ଅଭାବ ଦେଖା ଦେଇଥିଲା ବର୍ତ୍ତମାନ ତାହା ବି ଆଉ ନାହିଁ । ଜିନ୍ଦଲ ଷ୍ଟିଲ କୋଲ ଗ୍ୟାସିଫିକେସନ ଉପରେ କାମ କରିଛି । କୋଇଲାରୁ ଆମେ ଯେଉଁ ସିଂଥେସିସ ଗ୍ୟାସ ପ୍ରସ୍ତୁତ କରିଥିଲୁ ତାହା ଆଜି ବହୁତ କାମ ଦେଉଛି । ତେଣୁ ଆମେ ୮୦ ପ୍ରତିଶତ ବର୍ତ୍ତମାନ ଗ୍ୟାସ ଉପରେ ନିର୍ଭରଶୀଳ ନୁହେଁ ବୋଲି ସେ କହିଛନ୍ତି…

Leave a comment