ଶିମିଳିପାଳ ହାତୀ ପୋଡ଼ି ଘଟଣାରେ ସାଂଘାତିକ ଅଭିଯୋଗ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ହାତୀ ପୋଡି ଘଟଣାରେ ଏବେ ନୂଆ ମୋଡ ଆସିଛି । ଜେନାବିଲ ରେଞ୍ଜରେ ହାତୀ ପୋଡ଼ି ଘଟଣାକୁନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ଘଟଣାର ପ୍ରତ୍ୟକ୍ଷଦର୍ଶୀ କୁହାଯାଉଥିବା ଅସ୍ଥାୟୀ ବନ କମର୍ଚାରୀ ବକୁଆ ଗ୍ରାମର ତୁରାମ ପୂର୍ତ୍ତିଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ସ୍ତ୍ରୀ ଚିଲମ ପୂର୍ତ୍ତି ଯଶିପୁର ଥାନାରେ ଏତଲା ଦେଇଛନ୍ତି। ଯାହାକୁ ନେଇ ଏବେ ବନ ବିଭାଗ ଚିନ୍ତାରେ ପଡିଛି । ସେ ଏତଲାରେ ଦର୍ଶାଇଛନ୍ତି, ତାଙ୍କ ସ୍ବାମୀ ନିଜେ ବିଷପିଇ ନାହାନ୍ତି, ବରଂ ତାଙ୍କୁ ସମ୍ପୃକ୍ତ କର୍ମଚାରୀମାନେ ବିଷ ପିଆଇ ହତ୍ୟା କରିଛନ୍ତି । ଗତ ୭ ତାରିଖରେ ଘଟିଥିବା ହାତୀ ଶିକାର ପରେ ପୋଡ଼ିବା ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ତାଙ୍କ ସ୍ବାମୀ। ତାଙ୍କୁ ଘଟଣା ସଂପର୍କରେ ମୁହଁ ନ ଖୋଲିବାକୁ ତାଗିଦ କରାଯାଇଥିଲା। ତେବେ ସେ ଏପରି ଚୁପ ରହିବେ ନାହିଁ ବୋଲି କହିଥିଲେ । ଘଟଣା ପ୍ରଘଟ ହେବା ପରେ ସ୍ବାମୀଙ୍କୁ ସନ୍ଦେହ କରାଯାଇ ମାଡ଼ ମାରିବା ସହ ନିର୍ଯାତନା ଦିଆଯାଇଥିଲା। ଜେନାବିଲ ଭାରପ୍ରାପ୍ତ ରେଞ୍ଜର ଶିବ ଶଙ୍କର ସାମଲ, ବିନୋଦ ଦାସ ଓ ଚନ୍ଦ୍ରଭାନୁ ବେହେରା ମିଳିତ ଭାବେ ନିସ୍ତୁକ ପିଟିବା ସହିତ ହାତୀପୋଡ଼ି ଘଟଣା କାହିଁକି ପ୍ରକାଶ କଲୁ କହି ତାଙ୍କୁ ନିସ୍ତୁକ ପିଟିବା ସହିତ ଜବରଦସ୍ତ ବିଷ ପିଆଇ ଦେଇଥିବା ତାଙ୍କ ପତ୍ନୀ ଏତଲାରେ ଅଭିଯୋଗ କରିଛନ୍ତି । ଗତ ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।