କଟକର କଲେଜ ଛାତ୍ରୀଙ୍କୁ ବ୍ଲାକମେଲ ପରେ ଗଣଦୁଷ୍କର୍ମ ଅଭିଯୋଗ
କଟକର ଜଣେ କଲେଜ ଛାତ୍ରୀଙ୍କୁ ବାରମ୍ବାର ଗଣଦୁଷ୍କର୍ମ । ଘଟଣାରୁ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀଙ୍କ ନଗ୍ନ ଭିଡିଓ ଦେଖାଇ କଲେଜ ଛାତ୍ରୀଙ୍କ ବନ୍ଧୁ ଏବଂ ଅନ୍ୟ କିଛି ଲୋକ ତାଙ୍କୁ ବ୍ଲାକମେଲ୍ କରିବା ସହ ପୁରୀଘାଟର ଏକ କାଫେରେ ଗଣଦୁଷ୍କର୍ମ କରିଛନ୍ତି।
ଏହି ଗଣଦୁଷ୍କର୍ମର ଭିଡିଓ ମୋବାଇଲରେ ରେକର୍ଡ କରିବା ପରେ ଏହାକୁ ଭାଇରାଲ୍ କରାଯାଇଛି। ଛାତ୍ରୀଙ୍କ ସହିତ ଆପତ୍ତିଜନକ ଚାଟିଂ ମଧ୍ୟ କରାଯାଇଛି। ଅଭିଯୁକ୍ତମାନେ ଭିଡିଓ ଭାଇରାଲ କରିବାକୁ କହି ବାରମ୍ବାର ଦୁଷ୍କର୍ମ କରିଛନ୍ତି ।
ପ୍ରଥମେ ଏକ କାଫେରେ ଦୁଷ୍କର୍ମ ହୋଇଥିଲା । ଏହି ଘଟଣାରେ କାଫେ କର୍ମଚାରୀ ଏହି ଘଟଣାରେ ସାମିଲ ଥିବା ହେତୁ କାଫେକୁ ଖୁବ୍ ଶୀଘ୍ର ସିଲ୍ କରାଯିବ। ସେହି କର୍ମଚାରୀଙ୍କୁ ଗିରଫ କରାଯାଇଛି। ସବୁ ଅଭିଯୁକ୍ତଙ୍କ ମୋବାଇଲକୁ ପୁଲିସ ଜବତ କରିଛି।
ପୁରୀଘାଟ କାଫେ ଓ ବାରଙ୍ଗ ଅଞ୍ଚଳ ଦୁଇଟି ଜାଗାରେ ଘଟଣା ଘଟିଛି। ଏନେଇ ଗତ ନଭେମ୍ବର ୪ ତାରିଖରେ ମାମଲା ହୋଇଥିଲା। ଦୁଇଟି ଥାନା ଅଧିକାରୀଙ୍କୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ୫ ତାରିଖରେ ୩ ଜଣ ଓ ୬ ତାରିଖରେ ଆଉ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା ଅଭିଯୁକ୍ତଙ୍କ ଫୋନରୁ ବହୁତ ଗୁଡ଼ିଏ ବ୍ଲାକମେଲିଂ ଭିଡିଓ ମିଳିଛି ।
ବାଦାମବାଡ଼ି ଥାନା ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଝାଞ୍ଜିରୀମଙ୍ଗଳାର ଆଶୁତୋଷ, ଲକି, ଚନ୍ଦନ, ନୟାଗଡ଼ର ପୀତବାସ ଓ ସୁଶୀଲ, ବାରଙ୍ଗର ସୌମ୍ୟ। ସଦର ଥାନା ଅଞ୍ଚଳର ୧୯ ବର୍ଷୀୟା ଯୁବତୀ ଯୁକ୍ତ ତିନି ଦ୍ବିତୀୟ ବର୍ଷ ବାଣିଜ୍ୟର ଛାତ୍ରୀ। ଦଶହରା ସମୟରେ ପୁରୀଘାଟ ଥାନା ଅଞ୍ଚଳରେ ଯୁବତୀଙ୍କ ଜନ୍ମଦିନ ପାଳିବାକୁ ପୁରୁଷ ବନ୍ଧୁ ଆଶୁତୋଷ ଯାଇଥିଲା। ସେଠାରେ ଆଶୁତୋଷ ଏହି ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଏହି ସମୟର ଦୃଶ୍ୟ ଆଶୁତୋଷର ଆଉଜଣେ ବନ୍ଧୁ ରେକର୍ଡ କରିନେଇଥିଲା। ଏହି ଭିଡିଓକୁ ଯୁବତୀଙ୍କୁ ଦେଖାଇ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ୬ଜଣ ବ୍ଲାକମେଲ୍ କରିଥିଲେ।