ଅଧ୍ୟାପକ, ଶିକ୍ଷକ ଓ କମର୍ଚାରୀଙ୍କୁ ମିଳିବ ୭ମ ବେତନ କମିଶନ ଅନୁସାରେ ଦରମା

ଭୁବନେଶ୍ବର: ଅଧ୍ୟାପକ, ଶିକ୍ଷକ ଓ କମର୍ଚାରୀଙ୍କୁ ରାଜ୍ୟ ସରକାର ୭ମ ବେତନ କମିଶନ ଅନୁସାରେ ଦରମା ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ଉପକୃତ ହେବେ ୯ ହଜାର ୫୮୫ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀ । ସରକାର ବହନ କରିବେ ପ୍ରାୟ ୨୯୪ କୋଟି ଟଙ୍କା । ୨୦୧୪ରୁ ସରକାର ହାତକୁ ନେଇଥିବା କଲେଜ ଗୁଡ଼ିକର ଅଧ୍ୟାପକ ଓ କମର୍ଚାରୀ ୨୦୨୨ରୁ ଶତ ପ୍ରତିଶତ ଅନୁଦାନ ପାଉଥିଲେ ମଧ୍ୟ ସପ୍ତମ ବେତନ କମିଶନ ସୁପାରିସ ଅନୁସାରେ ଦରମା ମିଳୁ ନଥିଲା । ଏଥିପାଇଁ ବାରମ୍ବାର ସଂଘ ପକ୍ଷରୁ ଦାବି କରିବା ସହ ଆନ୍ଦୋଳନ କରୁଥିଲା ସଂଘ । ରାଜ୍ୟ ସରକାର ସେମାନଙ୍କ ଦାବିକୁ ଗ୍ରହଣ କରିଛନ୍ତି । ୨୨ ତାରିଖ କ୍ୟାବିନେଟ ବୈଠକରେ ଏଥିରେ ମୋହର ଲାଗିଛି । ସଂଘର ପ୍ରାୟ ୧୭୮୯ ଅଧ୍ୟାପକ ଓ କମର୍ଚାରୀ ସପ୍ତମ ବେତନ ଅନୁସାରେ ଦରମା ପାଇବେ । ଜାନୁଆରୀ ପହିଲା ୨୦୨୪ରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛି ସଂଘ ।ବେସରକାରୀ ଉଚ୍ଚ ବିଦ୍ୟାଳୟ, ସଂସ୍କୃତ ଟୁଲ୍, ମହାବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ, ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ୧୦୦ ପ୍ରତିଶତ ଗ୍ରାଣ୍ଟ ପାଉଥିବା ପ୍ରାୟ ୧୦ ହଜାର ଶିକ୍ଷକ, ଅଧ୍ୟାପକ, କମର୍ଚାରୀ ଏଥିରେ ଉପକୃତ ହେବେ । ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି । ସପ୍ତମ ବେତନ କମିଶନ ସୁପାରିସ ଅନୁସାରେ ଦରମା ପାଇବାକୁ ଥିବା କମର୍ଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ୨ ବର୍ଷ ହେଲା ସମାନ କାମକୁ ସମାନ ଦରମା ଦାବିରେ ବାରମ୍ବାର ଏମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।