ପ୍ରଦୂଷଣ ବଳୟ ଭିତରେ ଭୁବନେଶ୍ୱର ସମେତ ଓଡ଼ିଶାର ୭ ସହର

ଧିରେ ଧିରେ ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ଦେଶରେ ବିଭିନ୍ନ ସହରରେ ବାୟୁରମାନ ଖରାପ ହେବାରେ ଲାଗିଛି । କେବଳ ଦିଲ୍ଲୀ ନୁହେଁ ଦେଶର ୧୩୨ ସହରରରେ ବାୟୁର ମାନ ଖରାପ ରହିଛି । ଏହି ତାଲିରେ ଓଡ଼ିଶାର ୭ ଟି ସହର ରହିଛି । ଭୁବନେଶ୍ୱର, କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର, ରାଉରକେଲା ଏବଂ କଳିଙ୍ଗନଗର ଆଦି ସହରରେ ବାୟୁର ମାନ ଖରାପ ହୋଇପଡିଛି । ଭୁବନେଶ୍ୱରରେ ବାୟୁର ମାନ ୧୫୩ ରହିଥିବା ବେଳେ କଳିଙ୍ଗନଗରରେ ୧୨୦ ରହିଛି, ଯାହା ୧୦୦ ଭିତରେ ରହିବା କଥା ।ସହରାଞ୍ଚଳ ପରିବେଶକୁ ନେଇ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ଉଦବେଗ ପ୍ରକାଶ କରୁଥିଲେ ବି ଏଥପ୍ରତି ଧ୍ୟାନ ଦିଆଯାଉନଥିବାରୁ ଦିନକୁ ଦିନ ଦେଶର ଗୋଟିଏ ପରେ ଗୋଟିଲଏ ସହର ପ୍ରଦୂଷଣ ବଳୟ ଭିତରକୁ ପସିଯାଉଛି । ସାଧାରଣତଃ ବାୟୁରେ ୧୦ ମାଇକ୍ରୋନରୁ କମ୍ ଧୂଳିକଣା ଓ ପ୍ରଦୂଷିତ ଦ୍ରବ୍ୟ ରହିବା କଥା କିନ୍ତୁ ସହରାଞ୍ଚଳରେ ମାଇକ୍ରୋନର ପରିମାଣ ଯଥେଷ୍ଟ ଅଧିକ ରହୁଛି । ଯାହା ଶରୀର ପାଇଁ କ୍ଷତିକାରକ । ସୂଚନା ମୁତବାକ, ଭୁବନେଶ୍ୱରର ବାୟୁ ପ୍ରଦୂଷଣର ହାର ସ୍ୱାଭାବିକ୍ ଠାରୁ ୩୬ ପତିଶତ ପ୍ରଦୂଷିତ ରହିଥିବା ବେଳେ ଅନୁଗୋଳରେ ୨୮ ପ୍ରତିଶତ, କଟକରେ ୨୭, ରାଉରକେଲାରେ ୪୧ ଏବଂ ତାଳଚେରରେ ୪୫ ପ୍ରତିଶତ ଉପରେ ରହିଛି ।