ରାଜ୍ୟରେ କେଉଁ ବିଧାୟକଙ୍କ ବିରୋଧରେ କେତେ ଅପରାଧିକ ମାମଲା ରହିଛି, ତାର ରିପୋର୍ଟ ପ୍ରକାଶ କରିଛି ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ ବା ଏଡିଆର । ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ୪୪ ପ୍ରତିଶତ ଅର୍ଥାତ ୬୪ ଜଣଙ୍କ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ଓଡ଼ିଶାର ୧୪୫ ବିଧାୟକଙ୍କ ମଧ୍ୟରୁ ୪୬ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି । ଏଡିଆର ତଥ୍ୟ ଅନୁସାରେ,ସରକାରରେ ଥିବା ବିଜୁ ଜନତା ଦଳର ୪୫ ବିଧାୟକଙ୍କ ନାଁରେ ଅପରାଧ ଓ ୩୨ ଜଣଙ୍କ ନାଁରେ ଗମ୍ଭୀର ଅପରାଧିକ ମାମଲା ରହିଛି।
ବିଧାୟକଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ଘୋଷଣା କରାଯାଇଥିବା ଅପରାଧିକ ପୃଷ୍ଠଭୂମି, ଆର୍ଥିକ, ଶିକ୍ଷା, ବୟସ, ଲିଙ୍ଗ ଓ ଅନ୍ୟାନ୍ୟ ବିବରଣୀକୁ ବିଶ୍ଳେଷଣ କରାଯାଇ ଏଡିଆର ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରାଜ୍ୟର ୬୪ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ୪୬ ଜଣଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି । ସେମାନଙ୍କ ମଧ୍ୟରୁ ଜଣେ ବିଧାୟକ ଦୁଷ୍କର୍ମ ଅଭିଯୁକ୍ତ । ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ଥିବାବେଳେ କିନ୍ତୁ ଏହାର ତଦନ୍ତ ଏବଂ ବିଚାର ବିଳମ୍ଭ ହେଉଥିବା କୁହାଯାଇଛି ।