ବନ୍ଦ ହେଲା ହୀରାକୁଦର ଆଉ ୬ଟି ଗେଟ

ହୀରାକୁଦର ଗେଟ ବନ୍ଦ ହେବାରେ ଲାଗିଛି । ଉପରମୁଣ୍ଡରେ ବର୍ଷା କମିଥିବାରୁ ଗେଟ ବନ୍ଦ କରାଯାଉଛି । ସେପଟେ ଗେଟ ବନ୍ଦ ହେବା ପରେ ତଳମୁଣ୍ଡରେ ବର୍ତ୍ତମାନ ବନ୍ୟା ସ୍ଥିତି ଟିକିଏ ସୁଧୁରିବାରେ ଲାଗିଲାଣି । ଲଗାଣ ବର୍ଷା ପରେ ସବୁ ଆଡେ ଜଳମଗ୍ନ ଥିବା ବେଳେ କିପରି ଲୋକମାନଙ୍କ ପାଖରେ ସହାୟତା ପହଞ୍ଚି ପାରିବ ତାହାଉପରେ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସକାଳେ ହୀରାକୁଦର ୮ଟି ଗେଟ ବନ୍ଦ କରାଯାଇଥିବା ଜଣାପଡିଛି । ଏବଂ ୧୬ ଟି ଗେଟ ଦେଇ ଜଳନିଷ୍କାସିତ ହେଉଥିବା ବେଳେ ଏବେ ପୁଣି ୬ଟି ଗେଟକୁ ବନ୍ଦ କରାଯାଇଛି ।ବର୍ତ୍ତମାନ ମୋଟ ୧୦ ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି ।