ମାଲକାନଗିରିରେ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାଗସ୍ତରେ ଯାଉଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ବିଶେଷ କରି  ସୀମାନ୍ତ ଅଞ୍ଚଳର ପ୍ରଗତି ପଥରେ ଆଗେଇବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।  ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହେବ । ଏଥିପାଇଁ ଆଜିଠୁ ଦୁଇଦିନିଆ ମାଲକାନଗିରିରେ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବେ 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମେ ମାଥିଲିରେ ପହଞ୍ଚିବେ ପାଣ୍ଡିଆନ । ସେଠାରୁ ଶିବସାଗର ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିବେ । ସେଠାରେ ସପ୍ତଧାରା ଜଳସେଚନ ପ୍ରକଳ୍ପ ଏବଂ ଅଧାରେ ଅଟକିଥିବା ମାଲକାନଗିରି ରେଳ ଲାଇନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ । ସେଠାରୁ ସୀତାକୁଣ୍ଡରେ ପହଞ୍ଚି ବଣ୍ଡା ହିଲ୍ସର ଉନ୍ନତିକରଣର ସମୀକ୍ଷା କରିବେ 5T ସଚିବ ।