ସୁନ୍ଦରଗଡ଼ରେ ବିକାଶର ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ   ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ସୁନ୍ଦରଗଡ଼ ଗସ୍ତର ଦ୍ଵିତୀୟ ଦିନରେ ଘୋଘରଠାରେ ଥିବା ଘୋଘରେଶ୍ଵର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପୂଜକ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଗତକାଲି ଜିଲ୍ଲାର ୪ ବ୍ଲକ ସହିତ ମହାନଗର ନିଗମ କାର୍ଯ୍ୟାଳୟରେ ସମୀକ୍ଷା କରି ଲୋକଙ୍କ ସହ ଆଲୋଚନା କରିଥିଲେ 5T ସଚିବ ।  ମିଶନ ଶକ୍ତି କାଫେରେ ଜଳଖିଆ କରି ମା’ଙ୍କ ମନୋବଳକୁ ବୃଦ୍ଧି କରିଥିଲେ । ଆହର କେନ୍ଦ୍ର, ବିଜୁ ସେତୁ, ଡାକ୍ତରଖାନା, ବସଷ୍ଟାଣ୍ଡ, ଇନଡୋର ଷ୍ଟାଡିୟମ ଆଦି ବିଭିନ୍ନ ସ୍ଥାନକୁ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ 5T ସଚିବ ।