ବିନା ଟିକେଟ୍‌ରେ ଯାତ୍ରା କରି ଧରାପଡିଲେ ୫୯ ଜଣ, ଗଣିଲେ ୧୭୨୨୫ ଟଙ୍କା

ବିନା ଟିକେଟ୍‌ରେ ଟ୍ରେନରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ସଚେତନ କରିବା ସହ ଷ୍ଟେଶନରେ ବାଣିଜ୍ୟ ଅଭିବୃଦ୍ଧି ନିମନ୍ତେ ଆଜି ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା ନିରାକାରପୁର ଷ୍ଟେଶନରେ ଟିକେଟ ଯାଞ୍ଚ ଆରମ୍ଭ ହୋଇଥିଲା। ଖୋର୍ଦ୍ଧା ରେଳ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ-୨ଙ୍କ ନିର୍ଦ୍ଦେଶରେ ବୁଧବାର ନିରାକାରପୁର ଷ୍ଟେଶନରେ ଟିକେଟ ଯାଞ୍ଚ କାର୍ଯ୍ୟ କରାଯାଇଥିଲା। ଯାଞ୍ଚ ବେଳେ ୫୯ଜଣ ବିନା ଟିକେଟଧାରୀଠାରୁ ମୋଟ୍‌ ୧୭ହଜାର ୨୨୫ଟଙ୍କା ଜରିମାନା ଆଦାୟ ହୋଇଥିବା ଖୋର୍ଦ୍ଧା ରେଳ ମଣ୍ଡଳର ସିଟିଆଇ ସୁବାସ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି।