ରାଜ୍ୟର ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଏଲପିଜି ଗ୍ୟାସ ,କେବଳ କମ୍ପାନୀ ପ୍ରଦତ୍ତ ସିଲିଣ୍ତରରେ ରିଫିଲିଂ ହେବ- ଯୋଗାଣ ମନ୍ତ୍ରୀ କୃଷ୍ଣଚଦ୍ର ପାତ୍ର।
ରାଜ୍ୟର ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଏଲପିଜି ଗ୍ୟାସ। ଏନେଇ ସୂଚନା ଦେଇଛନ୍ତି , ଯୋଗାଣ ମନ୍ତ୍ରୀ କୃଷ୍ଣଚଦ୍ର ପାତ୍ର। ୫ କେଜିର ଏଲପିଜି ଗ୍ୟାସ ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ। କେନ୍ଦ୍ରସରକାରଙ୍କ ଫ୍ରି ଟେଡ୍ ଏଲପିଜି ସ୍କିମରେ ଉପଲବ୍ଧ ହେବ। ଦେଶରେ ୩ଗ୍ୟାସ କମ୍ପାନୀ ଏହା ଉପଲବ୍ଧ କରାଇବେ । କେବଳ ପରିଚୟପତ୍ର ଦେଖାଇ ୫ କେଜିର ଗ୍ୟାସ ନେଇପାରିବେ । ୫କେଜି ଟାଙ୍କି ସହ ୧୫୩୭ଟଙ୍କା, କେବଳ ରିଫିଲିଂ ପାଇଁ ୫୯୩ଟଙ୍କା ପଡିବ। କେବଳ କମ୍ପାନୀ ପ୍ରଦତ୍ତ ସିଲିଣ୍ତରରେ ରିଫିଲିଂ ହେବ। ଅନ୍ୟ ସିଲିଣ୍ତର ହେବନି।
ସେ ଆହୁରି ମଧ୍ୟ କହିଛନ୍ତି , ଚାଷୀଙ୍କ ଠାରୁ ଧାନକିଣାରେ ରେକର୍ଡ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ଚଳିତବର୍ଷ ୭୭ ଲକ୍ଷ ୭୯ହଜାର ମେଟ୍ରିକ ଟନ ଧାନ କିଣାଗଲା। ମୋଟ ଉପରେ ୧୮ଲକ୍ଷ ଚାଷୀ ଧାନ ବିକ୍ରି କଲେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ଏଥିପାଇଁ ୧୭ ଲକ୍ଷ ୮୯୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଇନପୁଟ ସବସିଡି ବାବଦକୁ ୬ ହଜାର ୨୨୩ କୋଟି ଦିଆଗଲା। ମୋଟ ଉପରେ ୨୪ ହଜାର ୧୧୪ କୋଟି ଟଙ୍କା ଦିଆଗଲା। ଗତକାଲି ରାତି ୧୨ ପର୍ଯ୍ୟନ୍ତ ଧାନ କିଣା ଯାଇଛି। ଜଣେ ବି ଚାଷୀ ବଳକା ନାହାନ୍ତି, ଚାଷୀମାନେ ବହୁତ ଖୁସି ଅଛନ୍ତି ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।