ନୂଆଦିଲ୍ଲୀ : ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି । ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଦର୍ଶାଇଛନ୍ତି ଜଳ ଜୀବନ ମିଶନ ଯୋଜନାରେ ଓଡିଶାକୁ ପାନୀୟଜଳ ଯୋଗାଇ ଦିଆଯାଉଛି । ଓଡିଶାରେ ୮୮.୫୭ ଲକ୍ଷ ପରିବାର ଥିବାବେଳେ ୨୦୧୯ ଅଗଷ୍ଟ ସୁଦ୍ଧା ମାତ୍ର ୩.୧୧ ଲକ୍ଷ ପରିବାରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଥିଲା । ତେବେ ଚଳିତ ମାସ ସୁଦ୍ଧା ଏହା ୪୩ଲକ୍ଷ ପରିବାରକୁ ଟପିଯାଇଛି । ସେହିଭଳି ୨୦୨୨-୨୩ ବର୍ଷର ବଜେଟ୍ରେ ଜଳ ଜୀବନ ମିଶନ ପାଇଁ ଅର୍ଥ ଆବଣ୍ଟନ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶା ପାଇଁ ୭୧୩୩.୧୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଯେଉଁଥିରେ ରାଜ୍ୟ ସରକାରଙ୍କ ଅଂଶ ହେଉଛି ୩୫୨୪.୫୩ କୋଟି । ଅବଶିଷ୍ଟ ୩୬୦୮.୬୨ କୋଟି ଟଙ୍କା କେନ୍ଦ୍ର ସରକାର ଯୋଗାଇଦେବେ ।ସୂଚନା ଅନୁଯାୟୀ ଅବଶିଷ୍ଟ ପରିବାରଗୁଡିକୁ ମିଶନ ଦ୍ୱାରା ଧାର୍ଯ୍ୟ ସମୟସୀମା ୨୦୨୪ ସୁଦ୍ଧା ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ।
Trending
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
- ଆସନ୍ତା ୧୧ ତାରିଖରେ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ