Odisha ଛତାବର ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତାକଡ଼ରେ ପଡ଼ିଛି ୩ ମୃତଦେହ। Last updated May 2, 2023 ସୁନ୍ଦରଗଡ଼: ହେମଗିର ଥାନା ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତାକଡ଼ରେ ପଡ଼ିଛି ୩ ମୃତଦେହ। ହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ ଏପ୍ରିଲ ୨୯ ତାରିଖ ରାତିରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିଟି ରାସ୍ତାକଡ଼ରେ ପଡ଼ିଥିବାବେଳେ ଗତ ରାତିରେ ୩ ଜଣ ଦୁର୍ବୃତ୍ତ ଆସି ଚକ ଓ ଅନ୍ଯ ସାମଗ୍ରୀ ଖୋଲି ନେବାକୁ ଚେଷ୍ଟା କରିଥିଲେ। ଉପସ୍ଥିତ ଥିବା ରାସ୍ତା ସୁରକ୍ଷାକର୍ମୀ ବିରୋଧ କରିଥିଲେ, ଯାହାକୁ ନେଇ ଦୁର୍ବୃତ୍ତ ଓ ସୁରକ୍ଷାକର୍ମୀଙ୍କ ମଧ୍ଯରେ ମାରପିଟ ହୋଇଥିଲା। ଏଥିରେ ୨ ସୁରକ୍ଷାକର୍ମୀ ଓ ଜଣେ ଦୁର୍ବୃତ୍ତ ପ୍ରାଣ ହରାଇଥିବା କୁହାଯାଇଛି। #india#metro tv#odisha Share