ସୁଭଦ୍ରା ଯୋଜନାରେ ବାଦ୍‌ ପଡ଼ିଥିବା ୨୫% ମହିଳାଙ୍କୁ ଆଜି ମିଳିବ ଟଙ୍କା

ସୁଭଦ୍ରା ଯୋଜନାରେ ବାଦ୍‌ ପଡ଼ିଥିବା ୨୫% ମହିଳାଙ୍କୁ ରବିବାର ଟଙ୍କା ମିଳିବ। ନଭେମ୍ବର ୨୪ରେ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଭିନ୍ନ କାରଣରୁ ‘ସୁଭଦ୍ରା’ରୁ ବାଦ୍‌ ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଆବେଦନ ଆଉ ଥରେ ଯାଞ୍ଚ ସରିଛି। ଏଥିପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଦାୟିତ୍ୱ ଦିଆଯାଇଥିଲା। ରିପୋର୍ଟ ଆସିବା ପରେ ୨୫ ପ୍ରତିଶତ ମହିଳାଙ୍କୁ ରବିବାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି। ଅବଶିଷ୍ଟ ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ୍‌ ପଡ଼ିଛନ୍ତି।