୨୦ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ଯେପରି ସମସ୍ୟା ନ ହେବ ସେଥିଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦ ତାରିଖରୁ ନାଟମଣ୍ଡପ ପରିସରରେ ଧାଡ଼ିଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ସେହିପରି ଏଏସ୍‌ଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଚାଲିଛି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାମ ସାରିବାକୁ କୁହାଯାଇଛି। କାର୍ଯ୍ୟ ଠିକ୍‌ ସମୟରେ ସରିବ ବୋଲି ଆଶା ରହିଛି। କାର୍ଯ୍ୟ ସରିବାର ଗୋଟିଏ ସପ୍ତାହ ପରେ ରତ୍ନଅଳଙ୍କାର ଗଣତିମଣତି ଆରମ୍ଭ ହେବ। ବୁଧବାର ପୁରୀ ଗସ୍ତରେ ଆସିଥିବା ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।